ETV Bharat / city

ଅସରାଏ ବର୍ଷାରେ ବେହାଲ କଟକ, ଘର ଭିତରେ ଆଣ୍ଠୁଏ ପାଣି - water logging in cuttack

ଅସରାଏ ବର୍ଷା ଯୋଗୁଁ କଟକ ରାଜବଗିଚା ପୋଲିସ କଲୋନୀରେ ଜଳମଗ୍ନ ସ୍ଥିତି । ରାଜାବଗିଚା ପୋଲିସ କଲୋନୀରେ ଘର ଭିତରେ ପାଣି ପଶିବା ସହ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ଅସରାଏ ବର୍ଷାରେ ବେହାଲ କଟକ, ଘର ଭିତରେ ଆଣ୍ଠୁଏ ପାଣି

author img

By

Published : May 29, 2020, 5:39 PM IST

କଟକ: ଅସରାଏ ବର୍ଷାରେ ବେହାଲ କଟକ ସହର । କଟକ ରାଜବଗିଚା ପୋଲିସ କଲୋନୀରେ ଜଳମଗ୍ନ ସ୍ଥିତି । ସବୁଠାରୁ ବଡ଼ କଥା ହେଉଛି ଲଗାଣ ବର୍ଷା ନୁହେଁ ମାତ୍ର ଘଣ୍ଟାଏ ବର୍ଷାରେ ସୃଷ୍ଟି ହୋଇଛି ଏଭଳି ପରିସ୍ଥିତି । ରାଜବଗିଚା ପୋଲିସ କଲୋନୀରେ ଘର ଭିତରେ ପାଣି ପଶିବା ସହ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଛି ।

ଅସରାଏ ବର୍ଷାରେ ବେହାଲ କଟକ, ଘର ଭିତରେ ଆଣ୍ଠୁଏ ପାଣି

ରାସ୍ତାରେ ପାଣି ଜମିବା ଯୋଗୁଁ ଘର ଭିତରୁ ବାହାରକୁ ବାହାରିବା କଷ୍ଟ କର ହୋଇପଡିଛି। ସହରରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ନହେବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଇଥିବା ବେଳେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ଜମୁଥିବା ସିଏମସିର ପାରିବା ପଣିଆ ଉପରେ ସୃଷ୍ଟି କରିଛି ପ୍ରଶ୍ନବାଚୀ । ଜଳନିଷ୍କାସନ ପାଇଁ ସିଏମସି ପକ୍ଷରୁ ପମ୍ପର ବ୍ୟବସ୍ଥା କରାଯାଇଛି । ତେବେ ଆଗକୁ ବର୍ଷା ଦିନ ଆସିଲେ ପରିସ୍ଥିତି କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ସହର ବାସୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.