କଟକ: ରୋଷେଇ ପାଇଁ ସହରରେ ସଭିଙ୍କ ପାଇଁ ଜରୁରୀ ହୋଇପଡ଼ିଛି ଗ୍ୟାସ ସିଲିଣ୍ଡର । ଦୁନିଆରେ ଅନେକ ପଦାର୍ଥର ନକଲ ସାମଗ୍ରୀ ଆପଣ ନିଶ୍ଟୟ ଦେଖିଥିବେ, କିମ୍ବା ଏହା ଯୋଗୁଁ ଠକାମୀରେ ମଧ୍ୟ ପଡ଼ିଥିବେ । ତେବେ ବଜାରରେ ନକଲି ଗ୍ୟାସ ମିଳିବା କେବେ ଶୁଣିନଥିବେ । ହଁ ଆଜ୍ଞା ଏପରି ଏକ ଘଟଣା କୌଣସି ଉପାନ୍ତ କିମ୍ବା ଅପହଞ୍ଚ ଅଞ୍ଚଳରେ ଘଟିନାହିଁ। ଖୋଦ ସିଲିଭର ସିଟି କଟକରେ ଜଣେ ଖାଉଟି ଗ୍ୟାସ ସିଲିଣ୍ଡର ଆଣିଥିଲେ କିନ୍ତୁ ସେଥିରେ ଗ୍ୟାସ ପରିବର୍ତ୍ତେ ପାଣି ଥିବାର ଅଭିଯୋଗ କରିଛନ୍ତି ।
ଗତ 27 ତାରିଖରେ ଗ୍ୟାସ ବୁକିଂ କରିଥିଲେ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ବୈଦ୍ୟନାଥ ରାଉତ । ଏହି ସିଲିଣ୍ଡରକୁ ଚୁଲାରେ ଲଗାଇଥିଲେ କିନ୍ତୁ ଏହା ଜଳି ନଥିଲା । ତେବେ ସିଲିଣ୍ଡରକୁ ଯାଞ୍ଚ କରିବା ପରେ ସେଥିରେ ଗ୍ୟାସ ବଦଳରେ ପାଣି ଥିବାର ଜାଣିବାକୁ ପାଇଥିଲେ । ଏନେଇ ଗ୍ୟାସ ଏଜେନ୍ସି ଙ୍କ ନିକଟରେ ଅଭିଯୋଗ କରିଥିଲେ ଖାଉଟି ଜଣକ।
ଅନ୍ୟପଟେ ସମ୍ପୃକ୍ତ ଗ୍ୟାସ ଏଜେନ୍ସି କର୍ତ୍ତୃପକ୍ଷ କହିଛନ୍ତି ସିଲିଣ୍ଡର ମଧ୍ୟରେ ପାଣି ବାହାରିବା ଅଭିଯୋଗ ଖୁବ କମ ଆସିଥାଏ । ଏଭଳି ଅଭିଯୋଗ ଆସିଲେ ଖାଉଟିଙ୍କୁ ପାଣି ଥିବା ସିଲିଣ୍ଡରକୁ ବଦଳାଇ ନୂଆ ପ୍ରଦାନ କରାଯିବ ବୋଲି କହିଛନ୍ତି ଏଜେନ୍ସି କର୍ତ୍ତୃପକ୍ଷ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ