କଟକ: ମାହାଙ୍ଗା ଥାନା ଅଞ୍ଚଳରେ ଖୁଲମଖୁଲା ଚାଲିଛି ବେଆଇନ ନିଶା ବେପାର l ଚୋରା ମଦ ବେପାରୀଙ୍କ ଦୌରାତ୍ମ୍ୟରେ ଅସ୍ତବ୍ୟସ୍ତ ଜନଜୀବନ l ପୋଲିସ ଓ ଅବକାରୀ ବିଭାଗର ଅପାରଗତାକୁ ଦାୟୀ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଜନତା । ମଦ ବନ୍ଦ ଦାବିରେ ଶୁକ୍ରବାର କୁଆଁପାଳ-ସାଲେପୁର ପୂର୍ତ୍ତ ସଡକର ଛତ୍ରତୋଟା ଠାରେ ଶତାଧିକ ମହିଳା ଧାରଣାରେ ଦେଇଥିଲେ ।
ବେଆଇନ ମଦ ବିକ୍ରି ବନ୍ଦ କରିବା ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟର 5 T ସଚିବ, କଟକ ଏସପି, ଥାନା ଅଧିକାରୀ ଏବଂ ଅବକାରୀ ବିଭାଗକୁ ଏକ ଦାବିପତ୍ର ମଧ୍ୟ ଗ୍ରାମବାସୀ ପଠାଇଛନ୍ତି । ଆନ୍ଦୋଳନ ଫଳରେ ଗାଡି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଥିଲା । ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାରୁ ଆନ୍ଦୋଳନରୁ ଓହରିଥିଲେ ଆନ୍ଦୋଳନକାରୀ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ