କଟକ: ବସୁନ୍ଧରା ସ୍କାମରେ 5 ଜଣଙ୍କୁ ଗିରଫ କଲା ଭିଜିଲାନ୍ସ । ଜମି ଜାଲିଆତି ମାମଲାରେ ଗିରଫ କରିଛି ଭିଜିଲାନ୍ସ । ୨୦୧୮ ମସିହା କୁଜଙ୍ଗ ତହସିଲ ଅଞ୍ଚଳରେ ସରକାରଙ୍କ ବସୁନ୍ଧରା ଯୋଜନାରେ ହୋଇଥିବା ଜମି ଜାଲିଆତି ମାମଲା ହୋଇଥିଲା । ସୋମବାର କଟକ ସେଲ୍ ଭିଜିଲାନ୍ସ ପୋଲିସ ତତ୍କାଳୀନ କୁଜଙ୍ଗ ତହସିଲଦାର ତଥା ବର୍ତ୍ତମାନର ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ସମେତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି କେଳେଙ୍କାରୀରେ ସଂପୃକ୍ତ ଥିବା କୁଜଙ୍ଗର ଚାରିଜଣ ରାଜସ୍ବ ଅଧିକାରୀ ମଧ୍ୟ ବନ୍ଧା ହୋଇଛନ୍ତି ।
ଜଣେ ତହସିଲଦାରଙ୍କ ସହ ୪ଜଣ ଆରଆଇଙ୍କୁ ଗିରଫ କରିଛି ଭିଜିଲାନ୍ସ ସେଲ ଟିମ୍ । ପୂର୍ବତନ ତିହିଡ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା,ପୂର୍ବତନ ଝିମାଣି ଆରଆଇ ସନ୍ତୋଷ କୁମାର ମଲିକ,ପୂର୍ବତନ ପାରାଦୀପ ଆରଆଇ ନରେନ୍ଦ୍ର କୁମାର ଲେଙ୍କା,ପୂର୍ବତନ ଆରଆଇ କୁଜଙ୍ଗ ସୁବାଶ ଚନ୍ଦ୍ର ଦାସ,ପୂର୍ବତନ ଆରଆଇ ପାଣ୍ଡୁଆ ଜ୍ୟୋତିଭୁଷଣ ବାରିକଙ୍କୁ ଗିରଫ କରିଛି। ଆସନ୍ତାକାଲି କୋର୍ଟଚାଲାଣ କରାଯିବ । ତେବେ ସେମାନଙ୍କୁ U/s 13(2) r/w 13(1)(a) PC Amd. Act, 2018 along with 466/409/120-B IPC ରେ ଗିରଫ ହୋଇଛନ୍ତି ।
ଭିଜିଲାନ୍ସ ପକ୍ଷରୁ ହୋଇଥିବା ତଦନ୍ତରେ ତହସିଲଦାର ଓ ଆରଆଇ ମିଶି ୩୪ ଡିସିମିଲ ଜମିକୁ ଅଯୋଗ୍ୟ ହିତାଧିକାରୀଙ୍କୁ ଟେକି ଦେଇ ଅର୍ଥ ଆତ୍ମସାତ କରିଥିଲେ । ମିଳିଥିବା ପ୍ରମାଣକୁ ଆଧାର କରି ଆଜି ଗିରଫ କରାଯାଇଥିବା ଏସପି କହିଛନ୍ତି । ସେପଟେ ବର୍ତ୍ତମାନ ମଧ୍ୟ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ସେଲ୍ ଏସପି ଏମ. ରାଧାକ୍ରିଷ୍ଣନ କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ,ଇଟିଭି ଭାରତ