କଟକ: ଟୀକା ନେବାର ପ୍ରଥମ ଡୋଜର 42 ଦିନ ପରେ ଦିଆଯିବ ଦ୍ବିତୀୟ ଡୋଜ । ଏ ନେଇ ଟୀକାକରଣ ପ୍ରକ୍ରିୟାରେ ପରିବର୍ତ୍ତନ ହୋଇଛି । 28 ଦିନ ବଦଳରେ 42 ଦିନ ପରେ ନେବେ ଦ୍ବିତୀୟ ଡୋଜ ଟିକା ।
ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ତୃତୀୟ ଦିନ ପାଇଁ ମାସ ଭ୍ୟାକସିନେସନ କାର୍ଯ୍ୟକ୍ରମ ଚାଲିଛି । ଆଜି ତୃତୀୟ ଦିନରେ 4 ଶହ ଲୋକଙ୍କୁ ଟୀକା ଦେବାକୁ ଯୋଜନା କରାଯାଇଥିଲା । ତେବେ ଗତ 2 ଦିନ ହେବ 29 ଦିନ ପରେ 2ୟ ଡୋଜ ନେବାକୁ ଅନୁମତି ଦିଆଯାଉଥିବା ବେଳେ ଆଜି ହଠାତ ଲୋକଙ୍କୁ 42 ଦିନ ପରେ ଆସିବାକୁ କୁହାଯାଇଥିଲା। ଫଳରେ ସକାଳ 5 ଟାରୁ ଧାଡି ବାନ୍ଧି ଟୋକନ ନେଇଥିବା ବୟସ୍କ ଲୋକମାନେ ଅସନ୍ତୁଷ୍ଟ ହୋଇଥିଲେ। ଏହା ପରେ ସିଏମସି ଅଧିକାରୀ ମାନେ ପ୍ରଥମ ଡୋଜ ନେବାକୁ 42 ଦିନ ହେବା ପରେ ଟୀକା ନେବାକୁ ନୂଆ ଟୋକନ ଦେଇଥିଲେ। ଏଥିପାଇଁ ଆଜି ବହୁ ଲୋକମାନେ ନିରାଶ ହୋଇ ଫେରିଥିଲେ।
କଟକରୁ ନାରାୟଣ ସାହୁ,ଇଟିଭି ଭାରତ