କଟକ: ମହାନଦୀ ଯୋବ୍ରା ନିକଟରେ ବୁଡ଼ି ଯାଇଥିବା 2 ଯୁବକଙ୍କ ପତ୍ତା ମିଳୁନି । ଏହି ଘଟଣାକୁ ନେଇ ଏବେ ବିବାଦ ତେଜିଛି । ଏନେଇ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି ।
ଯୋବ୍ରା ଆନିକଟ ଓ ମହାନଦୀ ବିହାର ରାସ୍ତାକୁ ଅବରୋଧ କରିଛନ୍ତ ସ୍ଥାନୀୟ ଲୋକ । ସୂଚନା ଅନୁସାରେ (ରବିବାର)ଗତକାଲି ମହାନଦୀରେ ଗାଧୋଇବା ବେଳେ ୩ ଜଣ ବୁଡ଼ି ଯାଇଥିଲେ । ପରେ ଜଣଙ୍କୁ ଉଦ୍ଧାର କରାଯାଇଥିଲା ।
ଯାହାକୁ ମୃତ ଘଷଣା କରିଥିଲେ ଏସସିବି କର୍ତ୍ତୃପକ୍ଷ । ତେବେ ଏଯାବତ ୨ ଜଣଙ୍କ ପତ୍ତା ମିଳି ନଥିବାରୁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ