ETV Bharat / city

କଟକରେ ବିଲଡରଙ୍କୁ ହତ୍ୟା ଧମକ ଦେଇ ଦୁଇ ଗିରଫ - କଟକରେ ବିଲଡରଙ୍କୁ ହତ୍ୟା ଧମକ ଦେଇ ଦୁଇ ଗିରଫ

କଟକରେ ବିଲଡରଙ୍କୁ ହତ୍ୟା ଧମକ ଦେଇ ଗିରଫ ହେଲେ ଦୁଇ ଅଭିଯୁକ୍ତ। ଗତ 6 ମାସ ହେଲା ବିଲଡରଙ୍କୁ ଲଗାତାର ଧମକ ଚମକ ଦେଇଆସୁଥିଲେ ଅଭିଯୁ୍କ୍ତ। ଅଭିଯୋଗ ପରେ ଗିରଫ କଲା ପୋଲିସ। ଅଧିକ ପଢ଼ନ୍ତୁ...

କଟକରେ ବିଲଡରଙ୍କୁ ହତ୍ୟା ଧମକ ଦେଇ ଦୁଇ ଗିରଫ
କଟକରେ ବିଲଡରଙ୍କୁ ହତ୍ୟା ଧମକ ଦେଇ ଦୁଇ ଗିରଫ
author img

By

Published : Oct 22, 2020, 9:03 PM IST

କଟକ: କଟକରେ ଗୁଣ୍ଡାରାଜ। ଟଙ୍କା ପାଇଁ ବିଲଡରଙ୍କୁ ହତ୍ୟା ଧମକ ଦେଲେ ଦୁଇ ହାର୍ଡକୋର ଅପରାଧୀ। ଏନେଇ କମିଶନରେଟେ ପୋଲିସର ଦ୍ବାରସ୍ତ ହୋଇଛନ୍ତି କଟକ ବିଲଡର ଜ୍ଞାନ ପ୍ରକାଶ। ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

କଟକରେ ବିଲଡରଙ୍କୁ ହତ୍ୟା ଧମକ ଦେଇ ଦୁଇ ଗିରଫ

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ବିଲଡର ଜ୍ଞାନ ପ୍ରକାଶ ଘରକୁ ଫେରୁଥିଲେ । ଏହି ସମୟରେ ସ୍ଥାନୀୟ ଏକ ଛକ ନିକଟରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇବା ସହ ବନ୍ଧୁକ ଦେଖାଇ 20 ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଟଙ୍କା ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏକ ସପ୍ତାହ ମଧ୍ୟରେ ଟଙ୍କା ନଦେଲେ ପରିଣାମ ଭୋଗିବ ବୋଲି କହିଥିଲେ ଦୁଇ ଅଭିଯୁକ୍ତ।

ଏହାପରେ ସମ୍ପୃକ୍ତ ବିଲଡର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଅଭିଯୋଗ ଆଧାରରେ ଛାନଭିନ ଆରମ୍ଭ କରିଥିଲା। ତଦନ୍ତ ବେଳେ ଜିତେନ୍ଦ୍ର ପରିଡା ଓ ଗୋବିନ୍ଦ ସାହୁ ନାମକ ଦୁଇ ଅପରାଧୀଙ୍କ ଗିରଫ କରିଛି ପୋଲିସ। ଜିତେନ୍ଦ୍ର ପରିଡାର ଘର ନନ୍ଦନକାନନ ରୋଡ଼ ଅଞ୍ଚଳବାସୀ ହୋଇଥିବା ଗୋବିନ୍ଦ ସାହୁ କଟକ ବାସିନ୍ଦା ବୋଲି ଜଣାପଡ଼ିଛି। ଏମାନଙ୍କ ନାମରେ ପୂର୍ବରୁ ବହୁ ଥାନାରେ ଅପରାଧିକ ମାମଲା ରହିଥିବା ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।

ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବନ୍ଧୁକ, ଦୁଇ ରାଉଣ୍ଡ, ଗୋଟିଏ ବାଇକ ଓ ମୋବାଇଲ ଜବତ କରିଛି ପୋଲିସ। ଗତ 6 ମାସ ହେଲା ଜ୍ଞାନ ପ୍ରକାଶଙ୍କୁ ଏହି ଦୁଇଜଣ ଧମକ ଚମକ ଦେଉଥିବା ତଥ୍ୟା ସାମ୍ନାକୁ ଆସିଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.