ETV Bharat / city

ଦୁଇ ଚେନ ଲୁଟେରା ଗିରଫ, 10 ଗ୍ରାମ ଓଜନର ସୁନା ଚେନ ଜବତ

ସେବାୟତଙ୍କ ଠାରୁ ଚେନ୍ ଲୁଟ କରି ଗିରଫ ହେଲେ 2 ଯୁବକ । ଅଧିକ ପଢନ୍ତୁ...

author img

By

Published : Jun 30, 2021, 10:56 PM IST

ଦୁଇ ଚେନ ଲୁଟେରା ଗିରଫ, 10ଗ୍ରାମ ଓଜନାର ସୂନା ଚେନ ଜବତ କଲା ପୋଲିସ

କଟକ: ଦରଘାବଜାର ଥାନା ପୋଲିସ ଦୁଇ ଜଣ ଲୁଟେରାଙ୍କ ଠାରୁ 10 ଗ୍ରାମ ସୁନା ଚେନ୍ ଜବତ ଜରିଛି । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଗଞ୍ଜାମ ଜିଲ୍ଳା ଆସ୍କା ଝଗଡ଼ିଆ ଥାନା ଅଞ୍ଚଳର ଗଣେଷ ଦାସ ଏବଂ ଦୁର୍ଗା ଦାସ । ଦରଘା ବଜାର ଥାନାରେ ଜୋନ 6 ଏସିପି ଏସ୍.କେ ସରିଫ ଦେଇଥିବା ସୂଚନା ମୁତାବିକ ଗତ ଏପ୍ରିଲ ମାସ 5 ତାରିଖ ସକାଳେ ଏକ ଦମ୍ପତି ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ଏକ କଳା ରଙ୍ଗର ପଲସରରେ ଆସି ଦୁଇ ଜଣ ଲୁଟେରା ମହିଳାଙ୍କ ବେକରୁ ଏକ ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିଥିଲେ ।

ତେବେ ସେ ବାବଦରେ ଦରଘା ବଜାର ଥାନାରେ ଅଭିଯୋଗ ହେବା ପରେ ଥାନାଧିକାରୀଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଥିଲା । ଆଉ ସେଥିରେ ଅଭିଯୁକ୍ତଙ୍କ ବାବଦରେ କିଛି ସୁରାକ ମଧ୍ୟ ମିଳିଥିଲା । ଦକ୍ଷିଣ ଓଡ଼ିଶାର ଏହି ଦୁଇ ଲୁଟେରା ହୋଇଥିବା ନେଇ ଜଣାପଡିବା ପରେ ପୋଲିସ ବ୍ରହ୍ମପୁର ଏବଂ ଆସ୍କାକୁ ଯାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ ମଧ୍ୟ ଉଭୟଙ୍କ ବାବଦରେ କିଛି ବି ସୁରାକ ପାଇ ନ ଥିଲା । ହେଲେ କିଛି ଦିନ ତଳେ ଉଭୟ ଗଣେଷ ଏବଂ ଦୁର୍ଗା ପୁରୀରେ ଜଣେ ସେବାୟତଙ୍କ ବେକରୁ ସୁନା ଚେନ୍ ଲୁଟିବା ପାଇଁ ଚେଷ୍ଟା କରୁଥିବାବେଳେ ଧରା ପଡିଯାଇଥିଲେ । ଯାହାକୁ ନେଇ ପୁରୀ ସିଂହଦ୍ଵାର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ତେବେ ଏହି ଲୁଟେରାଙ୍କ ସଂପୃକ୍ତି ଦରଘା ବଜାର ଥାନା ଅଞ୍ଚଳ ଲୁଟରେ ଥିବାର ଜଣା ପଡିବା ପରେ ଉଭୟଙ୍କୁ ରିମାଣ୍ଡରେ ଆଣି ପଚରା ଉଚରା କରିଛି ପୋଲିସ । ଉଭୟ ଲୁଟ ବାବଦରେ ମାନି ଯାଇଥିଲେ ଏବଂ ସେମାନଙ୍କ ଠାରୁ ଲୁଟ୍ ସୁନା ଚେନଟି ମଧ୍ୟ ଜବତ କରଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ACP ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.