ETV Bharat / city

ବଡଧରଣ GST ଠକେଇର ପର୍ଦ୍ଦାଫାସ, ୨ ମାଷ୍ଟରମାଇଣ୍ଡ ଗିରଫ

author img

By

Published : Sep 2, 2021, 7:07 PM IST

ପୁଣି ବଡ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ କଲା ରାଜ୍ୟ ଜିଏସଟି ବିଭାଗ । 1819 କୋଟି ଟଙ୍କାର ଜାଲ ବିଲ୍ ପ୍ରସ୍ତୁତ କରି 323 କୋଟି ଟଙ୍କାର ହୋଇଥିଲା ITC ଠକେଇ । ଅଧିକ ପଢନ୍ତୁ...

ବଡ ଧରଣର GST ଠକେଇର ପର୍ଦ୍ଦାଫାସ, 2 ଗିରଫ
ବଡ ଧରଣର GST ଠକେଇର ପର୍ଦ୍ଦାଫାସ, 2 ଗିରଫ

କଟକ: ଜିଏସଟି ବିଭାଗ ହାତରେ ଲାଗିଲା ପୁଣି ବଡଧରଣରେ ଜିଏସଟି ଠକେଇ । ରାଜ୍ୟରେ ଆଉ ଏକ ଜିଏସଟି ରାକେଟର ପର୍ଦ୍ଦାଫାସ କରିଛି ଜିଏସଟି ବିଭାଗ । 1,819 କୋଟି ଟଙ୍କାର ଜାଲ ବିଲ୍ ପ୍ରସ୍ତୁତ କରି 323 କୋଟି ଟଙ୍କାର ହୋଇଥିଲା ITC ଠକେଇ । ଯେଉଁଥିପାଇଁ ସରକାରଙ୍କୁ ମୋଟ 58.14 କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ଘଟଣାରେ ଦୁଇ ମାଷ୍ଟରମାଇଣ୍ଡଙ୍କୁ ଗିରଫ କରିଛି ବିଭାଗ । ଅଭିଯୁକ୍ତମାନେ ହେଲେ ଅମିତ ଅଗ୍ରୱାଲ ଓ ସତେନ୍ଦ୍ର ଯାଦବ ।

ବଡ ଧରଣର GST ଠକେଇର ପର୍ଦ୍ଦାଫାସ, 2 ଗିରଫ

ଅମିତ ରାଉରକେଲାର ଚାଟାର୍ଡ ଆକାଉଣ୍ଟାଣ୍ଟ ଏବଂ ସତେନ୍ଦ୍ର ଯାଦବ ଭୁବନେଶ୍ବରର ବାସିନ୍ଦା ଅଟନ୍ତି । ଅମିତଙ୍କୁ ଝାରସୁଗୁଡାରୁ ଗିରଫ କରାଯାଇଥିବାବେଳେ ସତେନ୍ଦ୍ର ରାଜଧାନୀରୁ ବନ୍ଧା ହୋଇଛନ୍ତି । ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଦିଲ୍ଲୀକୁ ଏହି ଠକେଇର ଚେର ଲମ୍ବିଥିବା ଜଣାପଡିଛି । ଖାଲି ପଡ଼ିଆକୁ 10ଟି ଫାର୍ମର ଠିକଣା ଦର୍ଶାଇ ସେମାନେ ଏହି ଠକେଇ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ 23 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି GST ବିଭାଗ । ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ଜିଏସଟି କମିଶନର ସୁଶୀଲ ଲୋହାନି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.