କଟକ: ଲୋକମାନ୍ୟ ତିଲକ ଟ୍ରେନ ଦୁର୍ଘଟଣା ପରେ ରେଳ ଧାରଣାରେ ପଡି ରହିଛି । ଟ୍ରେନର 7 ଟି ବଗି ଲାଇନଚ୍ୟୁତ ହୋଇଥିବାବେଳେ 4 ଟି ବଗିର ଚକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଟ୍ରେନଟି ରେଳ ଧାରଣାରେ ପଡିରହିଛି । ତେବେ ମାଲବାହୀ ଟ୍ରେନଟିକୁ ଉକ୍ତ ଧାରଣାରୁ ସ୍ଥାନାନ୍ତର କରାଯାଇଛି ।
ସେପଟେ ଟ୍ରେନର ମରାମତି ପାଇଁ ଶହେରୁ ଅଧିକ କର୍ମଚାରୀ ଆସି ପହଞ୍ଚିଛନ୍ତି । ବିଭିନ୍ନ ସରଞ୍ଜାମ ସହ ଏହି କର୍ମଚାରୀମାନେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ ଟ୍ରାକ ଉପରକୁ ଆଣିବା ପାଇଁ ଲାଗି ପଡିଛନ୍ତି । କ୍ଷତିଗ୍ରସ୍ତ ହୋଇଥିବା ବଗି ଗୁଡିକ ମରାମତି କରିବାପରେ ଧାରଣାରୁ ଟ୍ରେନକୁ ସ୍ଥାନାନ୍ତର କରାଯିବ ବୋଲି ରେଲୱେ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ