ETV Bharat / city

ପବିତ୍ର ସରସ୍ବତୀ ପୂଜାରେ ପୂଜାପାଠ କରି ଆଶିଷ ଭିକ୍ଷା କଲେ ତେଲୁଗୁ ସମ୍ପ୍ରଦାୟ - cuttack telugu community latest news

ମାଆଙ୍କୁ ପୂଜା କରି ବିଦ୍ୟା ଲାଭ କରିଥାନ୍ତି ଛାତ୍ରଛାତ୍ରୀ । ଯେଉଁମାନେ ପ୍ରଥମ ବିଦ୍ୟା ଆହୋରଣ କରିବେ ତାହା ମଧ୍ୟ ଆଜିର ଦିନରେ ଶୁଭାରମ୍ଭ କରାଯାଏ ବୋଲି ତେଲୁଗୁ ସମ୍ପ୍ରଦାୟରେ ପ୍ରଥା ରହିଛି । କଟକ ଦେବାନ ବଜାରରେ ଥିବା ତେଲୁଗୁ ସମ୍ପ୍ରଦାୟ ଲୋକମାନେ ଟିକେ ନିଆରା ଢଙ୍ଗରେ ଏହି ପବିତ୍ର ଦିନକୁ ପାଳନ କରିଥାନ୍ତି । ଅଧିକ ପଢନ୍ତୁ...

tradition of telugu community on saraswati puja
ତେଲଗୁ ସମ୍ପ୍ରଦାୟର ପ୍ରଥା, ପୂଜା ଓ ପାଠ ଆଣିବ ଉଜ୍ବଳ ଭବିଷ୍ୟ
author img

By

Published : Feb 16, 2021, 6:03 PM IST

କଟକ: ଆଜି ହେଉଛି ପବିତ୍ର ସରସ୍ବତୀ ପୂଜା । ମାଆଙ୍କୁ ପୂଜା କରି ବିଦ୍ୟା ଲାଭ କରିଥାନ୍ତା ଛାତ୍ରଛାତ୍ରୀ । ଏହା ସହ ଯେଉଁମାନେ ପ୍ରଥମ ବିଦ୍ୟା ଆହୋରଣ କରିବେ ତାହା ମଧ୍ୟ ଆଜିର ଦିନରେ କରାଯାଏ ବୋଲି ତେଲୁଗୁ ସମ୍ପ୍ରଦାୟରେ ପ୍ରଥା ରହିଛି ।

ତେଲଗୁ ସମ୍ପ୍ରଦାୟର ପ୍ରଥା, ପୂଜା ଓ ପାଠ ଆଣିବ ଉଜ୍ବଳ ଭବିଷ୍ୟ

ଆଜି ବିଦ୍ୟାଦେବୀଙ୍କ ସରସ୍ପତି ପୂଜା । ସାରା ଦେଶରେ ବେଶ ଧୂମଧାମରେ ପାଳନ ହେଉଛି ଏହି ପୂଜା । ପ୍ରତ୍ୟେକ ଛାତ୍ରଛାତ୍ରୀ ଏହି ଦିନକୁ ଅପେକ୍ଷା କରିଥାନ୍ତି । ମାଆଙ୍କ ଆଗମନ ପରେ ବିଦ୍ୟା ଲାଭ ଆକ୍ଷାଙ୍କା ସମସ୍ତଙ୍କ ରହିଥାଏ । ଏମିତିକି ସମସ୍ତ ସ୍କୁଲ ,କଲେଜ , ଓ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ମା ଙ୍କ ପୂଜା ହୋଇଥାଏ । ଏହାରି ଭିତରେ କଟକ ଦେବାନ ବଜାର ନିକଟରେ ଥିବା ତେଲୁଗୁ ସମ୍ପ୍ରଦାୟ ଲୋକମାନେ ଟିକେ ନିଆରା ଢଙ୍ଗରେ ଏହି ପବିତ୍ର ଦିନକୁ କରିଥାନ୍ତି ପାଳନ । ସମସ୍ତ ଛୋଟ ବଡ଼ ପିଲାଙ୍କୁ ପ୍ରଥମେ କରିବାକୁ ପଡିଥାଏ ପୂଜା । ଅରୁଆ ଚାଉଳ ଓ ନଡ଼ିଆ ବସାଇ ଦୀପ ଜାଳି ପ୍ରଭୁ ଭେଙ୍କଟେଶ୍ବର ମନ୍ଦିର ପରିସରରେ ବିଦ୍ୟା ପାଇଁ ଛୋଟରୁ ବଡ଼ ପିଲା ଭିକ୍ଷା କରିଥାନ୍ତି ।

ଅନ୍ୟପଟେ ଏହି ପରମ୍ପରା ଦୀର୍ଘ ଦିନ ହେବ ରହି ଆସୁଛି । ତେଲୁଗୁ ସମ୍ପ୍ରଦାୟର ସମସ୍ତ ଛୋଟ ବଡ଼ ପିଲା ଏହି ପବିତ୍ର ଦିନକୁ ଏହି ଢଙ୍ଗରେ ପାଳନ କରିଥାନ୍ତି । ବିଶେଷକରି ଯେଉଁମାନେ ପ୍ରଥମେ ଶିକ୍ଷା ଗ୍ରହଣ କରିଥାନ୍ତି ସେମାନେ ଅରୁଆ ଚାଉଳ ପୂଜା କରି ସେଥିରେ ସିଲଟ କି ଖାତା ରେ ଓଁ ନମଃ ଶିବାୟ ଲେଖି ଆରମ୍ଭ କରିଥାନ୍ତି ଅଧ୍ୟୟନ ପ୍ରକ୍ରିୟା । ତେବେ ଏହି ପରମ୍ପରା କାହିଁ କାଳରୁ ରହି ଆସିଥିବା ନେଇ କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏହି ପବିତ୍ର ଦିନକୁ ତେଲୁଗୁ ସମ୍ପ୍ରଦାୟ ଏକ ପରମ୍ପରା ରୂପରେ ମାନି ଆସିଛନ୍ତି । ଯଦି ଏହି ଦିନରେ ପ୍ରଭୁ ଵାଲାଜିଙ୍କ ପାଖରେ ପୂଜା କରି ସିଲଟ କିମ୍ବା ଖାତା ରେ ପାଠ ଆରମ୍ଭ ହୋଇଥଏ ତେବେ ଆଗମୀ ଭବିଷ୍ୟତ ହୋଇଥଏ ଉଜ୍ବଳ ବୋଲି ରହିଛି କଥା।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.