ETV Bharat / city

କ୍ଲାଟ ନାମଲେଖା; ଉଚ୍ଚବର୍ଗ ଚୟନ ବ୍ୟବସ୍ଥାରେ କଟକଣା ଜାରି କରାଯିବା ଉଚିତ - ଜାତୀୟ ଆଇନ ବିଶ୍ବବିଦ୍ୟାଳୟ

କ୍ଲାଟ ଜରିଆରେ ଏନ୍‌ଏଲ୍‌ୟୁରେ ନାମଲେଖା ସୁଯୋଗ ପାଇବା ପାଇଁ ମେଧାବୀ ଛାତ୍ରଛାତ୍ରୀ ମାନେ ଦିନରାତି କଠିନ ପରିଶ୍ରମ କରୁଥିବାବେଳେ ଏନ୍ଆର୍‌ଆଇଏସ ବର୍ଗ ବ୍ୟବସ୍ଥା ସେମାନଙ୍କୁ ଅସୁବିଧାରେ ପକାଉଛି। ତେଣୁ ଏହି ପ୍ରକ୍ରିୟାରେ କଟକଣା ଦରକାର ବୋଲି ହାଇକୋର୍ଟ କହିଛନ୍ତି।

କ୍ଲାଟ ନାମଲେଖା ପ୍ରକ୍ରିୟା ସଂରକ୍ଷଣରେ କଟକଣା ରହିବା ଉଚିତ: ହାଇକୋର୍ଟ

author img

By

Published : Oct 24, 2020, 8:26 AM IST

କଟକ: ଜାତୀୟ ଆଇନ ବିଶ୍ବବିଦ୍ୟାଳୟ (ଏନ୍‌ଏଲ୍‌ୟୁ)ରେ ନାମଲେଖା ପାଇଁ ଅନୁଷ୍ଠିତ ହେଉଥିବା କମନ୍ ଲ’ ଆଡମିସନ୍ ଟେଷ୍ଟ (କ୍ଲାଟ୍) ପରୀକ୍ଷାରେ ଏନ୍ଆର୍‌ଆଇଏସ ବର୍ଗ ବ୍ୟବସ୍ଥା ମେଧାବୀ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ହାଇକୋର୍ଟ ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି। କ୍ଲାଟ ଜରିଆରେ ଏନ୍‌ଏଲ୍‌ୟୁରେ ନାମଲେଖା ସୁଯୋଗ ପାଇବା ପାଇଁ ମେଧାବୀ ଛାତ୍ରଛାତ୍ରୀ ମାନେ ଦିନରାତି କଠିନ ପରିଶ୍ରମ କରୁଥିବା ବେଳେ ଏପରି ଏନ୍ଆର୍‌ଆଇଏସ ବର୍ଗ ବ୍ୟବସ୍ଥା ସେମାନଙ୍କୁ ଅସୁବିଧାରେ ପକାଉଛି।

ଅନେକ ସମୟରେ ଏନ୍ଆର୍‌ଆଇଏସ ବର୍ଗର ପ୍ରାର୍ଥୀ ମେଧା ତାଲିକାରେ ତଳ ରାଙ୍କ ଥିଲେ ମଧ୍ୟ ସେମାନଙ୍କୁ ନାମଲେଖା ପାଇଁ ସୁଯୋଗ ମିଳୁଛି। ଅନ୍ୟପକ୍ଷରେ ଏପରି ବର୍ଗର ପ୍ରାର୍ଥୀଙ୍କ ଠାରୁ ଅଧିକ ମାର୍କ ରଖିଥିବା ସାଧାରଣ ବର୍ଗ ପ୍ରାର୍ଥୀ ଏନଏଲୟୁରେ ନାମଲେଖାରୁ ବଞ୍ଚିତ ହେଉଛନ୍ତି ଓ ଏହା ସେମାନଙ୍କୁ ନିରାଶ କରୁଛି। ଏପରି ବ୍ୟବସ୍ଥା ଉଚ୍ଚ ବର୍ଗଙ୍କ ପାଇଁ ସଂରକ୍ଷଣ ଭଳି। ଏଭଳି ସଂଶୟପୂର୍ଣ୍ଣ ବର୍ଗର କୋଟା ଅସାମ୍ବିଧାନିକ। ଏହି ବର୍ଗ ଅଧିନରେ ଯୋଗ୍ୟତା ଓ ଚୟନ ପ୍ରକ୍ରିୟା ଅନିୟନ୍ତ୍ରିତ, ବେଆଇନ ଓ ମନମୁଖୀ ବୋଲି ହାଇକୋର୍ଟ କହିଛନ୍ତି।

‘ପି.ଏ.ଇନାମଦାର ବନାମ ମହାରାଷ୍ଟ୍ର ସରକାର’ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ବିଶ୍ବବିଦ୍ୟାଳୟ ଦାବି କରୁଥିବା ଅଧିକ ଫି ଦେବାକୁ ସକ୍ଷମ ଥିବାରୁ ଏହି ବର୍ଗରେ କମ୍ ମେଧାବୀ ପ୍ରାର୍ଥୀଙ୍କୁ ନାମଲେଖା ସୁଯୋଗ ମିଳୁଛି। ଏହି ପ୍ରକ୍ରିୟାରେ ସଂପୃକ୍ତ ଥିବା ଏନଏଲୟୁ କନସୋର୍ଟିୟମ, ବାର୍ କାଉନସିଲ ଅଫ୍ ଇଣ୍ଡିଆ ଓ ସମସ୍ତ ଅଂଶୀଦାରମାନେ ଏନଆରଆଇଏସ କୋଟା ପ୍ରସଂଗରେ ପୁନର୍ବ‌ାର ଚିନ୍ତା କରିବା ସହିତ ଏହି କୋଟା କାର୍ଯ୍ୟକାରୀ ବେଳେ ଉପଯୁକ୍ତ ନିୟନ୍ତ୍ରଣ ବ୍ୟବସ୍ଥା ପ୍ରସ୍ତୁତ କରିବା ଉଚିତ ବୋଲି ହାଇକୋର୍ଟ କହିଛନ୍ତି। ବିଭିନ୍ନ ଅଧ୍ୟୟନରୁ ଜଣା ପଡିଛି ଯେ ଏନଆରଆଇଏସ୍ ‌କୋଟା ଅସ୍ପଷ୍ଟ ଓ ଅନିଶ୍ଚିତ।

ଏହା ଅସ୍ଥିର ମାନଦଣ୍ଡ ଉପରେ ଆଧାରିତ। ମେଧାବୀମାନେ ଯେପରି ଅସୁବିଧାରେ ନ ପଡନ୍ତି ସେଥି ପାଇଁ ଏକ ସମାନ ଧରଣର ଓ ସ୍ପଷ୍ଟ ପରିମେୟ ଗ୍ରହଣ କରିବା ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଂଶୀଦାର ବିଶେଷ କରି ବାର୍ କାଉନସିଲ ଅଫ୍ ଇଣ୍ଡିଆ ପଦକ୍ଷେପ ନେବାକୁ ହାଇକୋର୍ଟ କହିଛନ୍ତି। କ୍ଲାଟ ନାମଲେଖା ପ୍ରକ୍ରିୟାରେ ଉଚ୍ଚବର୍ଗ ଚୟନ ବ୍ୟବସ୍ଥା ଉପରେ କଟକଣା ଜାରି କରାଯିବା ଉଚିତ ବୋଲି ହାଇକୋର୍ଟ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ୫ ବର୍ଷିଆ ବିବିଏଏଲଏଲବି (ସମ୍ମାନ)ର ଏନଆରଆଇଏସ ବର୍ଗ ସିଟରେ ନାମ ଲେଖା ପ୍ରସଂଗ ନେଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଅନ୍ ଲାଇନରେ ଏ ସଂପର୍କତ ଫର୍ମ ପୂରଣ ସମୟରେ ଏନଆରଆଇଏସ ବର୍ଗ ବଦଳରେ ସାଧାରଣ ବର୍ଗ ବୋଲି ଉଲ୍ଲେଖ କରିଥିଲେ। ପରବର୍ତ୍ତୀ ସମୟରେ ନିର୍ଦ୍ଧାରିତ ସମୟସୀମା ଭିତରେ ନିଜ ଦରଖାସ୍ତରେ ଆବେଦନକାରୀ ସଂଶୋଧନ କରି ଏସଆରଆଇଏସ ବର୍ଗ ଉଲ୍ଲେଖ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଇଣ୍ଟରନେଟ୍ କନେକ୍ସନ୍ ଓ ୱେବସାଇଟରେ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ସେ ଏହି ସଂଶୋଧନ କରି ପାରି ନଥିଲେ।

ଅନ୍ୟପକ୍ଷରେ ଫଳ ପ୍ରକାଶ ପାଇବା ପରେ ଆବେଦନକାରୀଙ୍କ ନାଁ ସାଧାରଣ ବର୍ଗ ପ୍ରାର୍ଥୀଙ୍କ ମେଧା ତାଲିକାରେ ସ୍ଥାନ ପାଇଥିଲା। ଅନ୍ୟପକ୍ଷରେ ଏନଆରଆଇଏସ ବର୍ଗରେ ନାମଲେଖା ପାଇଁ ଅନୁମତି ଲୋଡ଼ି ସେ କଟକସ୍ଥିତ ଏନଏଲୟୁ କୁଳପତିଙ୍କ ନିକଟରେ ଅଭିଯୋଗ କରିଥ‌ିଲେ। ଏହାପରେ ସେ ଏହି ପ୍ରସଂଗ ନେଇ ଦାୟର କରିଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.