ETV Bharat / city

ଜଳବନ୍ଦୀ ନଦୀକୂଳିଆ ବସ୍ତି, ଘର ଛାଡି ଆଶ୍ରୟସ୍ଥଳକୁ ଯିବାକୁ ଅମଙ୍ଗ ବସ୍ତିବାସିନ୍ଦା

author img

By

Published : Aug 18, 2022, 9:05 PM IST

Updated : Aug 18, 2022, 9:37 PM IST

ଭୟଙ୍କର ବନ୍ୟା ସାଙ୍ଗକୁ ଅକଥନୀୟ ଦୁର୍ଦ୍ଦଶା । ବନ୍ୟାରେ ନୟାନ୍ତ ରାଜ୍ୟର ଅନେକ ଜିଲ୍ଲା । ମହାନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ କଟକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଆଶ୍ରୟ ସ୍ଥଳକୁ ଯିବାକୁ ଅମଙ୍ଗ ହେଉଛନ୍ତି ବସ୍ତି ବାସିନ୍ଦା । ଯାହାକୁ ନେଇ ଚିନ୍ତାରେ CMC । ଦେଖନ୍ତୁ ଏହି ରିପୋର୍ଟ

କଟକ ବସ୍ତି ଛାଡି ଆଶ୍ରୟସ୍ଥଳକୁ ଯିବାକୁ ବସ୍ତି ବାସିନ୍ଦାଙ୍କ ଅମଙ୍ଗ

କଟକ: ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ଶାଖା ନଦୀରେ ସୃଷ୍ଟି ହୋଇଥିଲା ବନ୍ୟା ସ୍ଥିତି । ବନ୍ୟାର କରାଳ ରୂପର ପ୍ରଭାବ କଟକ ସହରରେ ବି ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ମହାନଦୀ ଓ କାଠଯୋଡ଼ିରେ ଜଳସ୍ତର କମିଥିଲେ ସୁଦ୍ଧା ଏବେବି ପାଣି ଘେରରେ ରହିଛନ୍ତି ସହରର ନଦୀକୂଳିଆ ବସ୍ତି ବାସିନ୍ଦା । ବନ୍ୟାପାଣି ଘେରରେ ରହିଥିବା ବାସିନ୍ଦାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କଟକ ମହାନଗର ନିଗମ(CMC) ପକ୍ଷରୁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଘରଛାଡି ଯିବାକୁ ଅମଙ୍ଗ ବସ୍ତି ବାସିନ୍ଦା । ଯାହାକୁ ନେଇ ଚିନ୍ତାରେ ସିଏମସି ।

ଭୟଙ୍କର ବନ୍ୟା ସାଙ୍ଗକୁ ଅକଥନୀୟ ଦୁର୍ଦ୍ଦଶା । ବନ୍ୟାରେ ନୟାନ୍ତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲା । ଯୁଆଡେ ଆଖି ବୁଲାଇବ ଚାରିଆଡେ ପାଣି ଆଉ ପାଣି । ଘରେ ଭିତରେ ବେକେ ବେକେ ପାଣି ରହିଥିବା ବେଳେ ବାହାରେ ସାପ-ବେଙ୍ଗଙ୍କ ଭୟ । ଚାରିଆଡେ ସୃଷ୍ଟି ହୋଉଛି ମହାନଦୀର ଭ୍ରମ । ବିଶେଷକରି କଟକ ସହରର ନଦୀ କୂଳରେ ଗଢି ଉଠିଥିବା ବସ୍ତି ଉପରେ ଏହାର ଅଧିକ ପ୍ରଭାବ ପଡିଛି । କାଠଯୋଡ଼ି ବିହାର ବସ୍ତି, ବାଲି ସାହି ବସ୍ତି, ଧବଳେଶ୍ବର ଗଡ଼ାରେ ଥିବା ବସ୍ତି, ଖାନନଗରରେ ଥିବା ବସ୍ତି ଗୁଡିକରେ ଏହାର ଅଧିକ ପ୍ରଭାବ ପଡିଛି । ଘର ଚାରିପଟେ ପ୍ରାୟ ଅଣ୍ଟାଏ ଉଚ୍ଚରେ ପାଣି ରହିଥିବା ବେଳେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଏହାରି ଭିତରେ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସିଏମସି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମେୟର ଓ କମିଶନର ବସ୍ତିକୁ ଯାଇ ଲୋକଙ୍କୁ ବୁଝା ସୁଝା କରିଥିଲେ ହେଁ ଜିଦରେ ଅଟଳ ବସ୍ତିବାସିନ୍ଦା ।

ଏନେଇ ବସ୍ତି ବାସିନ୍ଦା କହିଛନ୍ତି ଯେ, "ଆମକୁ ପାଲ ଖଣ୍ଡେ ଦେଇଦିଅ ଆମେ ଅନ୍ୟତ୍ର ରହିବୁ । କିନ୍ତୁ ଘର ଛାଡ଼ି କୁଆଡେ ବି ଯିବୁନୁ । ଘର ଛାଡିଦେଲେ ଘରର ସମସ୍ତ ଆସବାବପତ୍ର କିଏ ଚୋରି କରି ନେଇଯିବ । ଆମର ଯାହାବି ହେଉ ଆମେ ଏହି ଠାରେ ରହିବୁ । ଯଦି କହୁଛ ଆମକୁ ବନ୍ଧ ଉପର ରାସ୍ତାରେ ରହିବାକୁ ସୁଯୋଗ ଦିଅ । ଆମେ ବନ୍ଧ ଉପରେ ରହିଲେ ଘର ଜଗି ପାରିବୁ ଆଉ ସୁରକ୍ଷିତ ବି ରହିପାରିବୁ ।"

ଆହୁରି ୩ ରୁ ୪ ଦିନ ବିପଦ ରହିଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ରଖିବା ପାଇଁ ସିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହେଲେ ବସ୍ତି ବାସିନ୍ଦାଙ୍କୁ ବୁଝା ସୁଝା କରିଥିଲେ ହେଁ ଜିଦରେ ଅଟଳ ରହିଛନ୍ତି ବସ୍ତି ଲୋକେ । ମେୟର ଓ କମିଶନର ବସ୍ତିକୁ ଯାଇ ବୁଝା ସୁଝା କରିଥିଲେ ବି ବସ୍ତି ବାସିନ୍ଦା ନଶୁଣି ହଜାର ହଜାର ଲୋକ ବନ୍ଧ ଉପରେ ପୁରୁଣା ପାଲ ଟାଣି ଆଶ୍ରୟ ନେଇଛନ୍ତି ।

ଏନେଇ CMC ମେୟର କହିଛନ୍ତି ଯେ," ବସ୍ତି ବାସିନ୍ଦା ଜିଦରେ ଅଟଳ ରହିଛନ୍ତି । ଯାହାକି ଠିକ ନୁହେଁ । ଘରେ ରହିଲେ ସାପ କାମୁଡିବାର ସମ୍ଭାବନା ରହିଥିବା ବେଳେ ରାସ୍ତା ଉପରେ ରହିଲେ ଦୁର୍ଘଟଣାର ଭୟ ରହିଛି । ବସ୍ତି ବାସିନ୍ଦାଙ୍କୁ ଆଶ୍ରୟସ୍ଥଳୀକୁ ଯିବା ପାଇଁ ମୁଁ ହାତ ଯୋଡି ଅନୁରୋଧ କରୁଛି ଯେ, ସେମାନେ ନିଜ ଜିଦ ଛାଡି ଆଶ୍ରୟ ସ୍ଥଳକୁ ଯାଆନ୍ତୁ ।"

ଏହା ମଧ୍ୟ ପଢନ୍ତୁ:ଆସନ୍ତା ୨୦ରେ ଭାସିବ ଓଡ଼ିଶା, ଅବପାତ ରୂପ ନେବ ଲଘୁଚାପ

ଅନ୍ୟପଟେ ଆଶ୍ରୟସ୍ଥଳୀକୁ ନେବା ପାଇଁ ଚେଷ୍ଟା ଜାରି ରହିବା କହିଛନ୍ତି ସିଏମସି କମିଶନର । ବୋଝ ଉପରେ ନଳିତା ବିଡା ଭଳି ଆଜି ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ । ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଲଘୁଚାପ ଅବପାତର ରୂପ ନେଇପାରେ । ତେବେ ପୁଣି ବର୍ଷା ହେଲେ ଆହୁରି ସମସ୍ୟାରେ ଯୁଝି ହେବେ କଟକବାସୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Aug 18, 2022, 9:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.