କଟକ: ତେଲୁଗୁ ସମ୍ପ୍ରଦାୟଙ୍କୁ ଶ୍ମଶାନ ପାଇଁ ଦିଆଯାଉ ଅନ୍ୟତ୍ର ଜମି । ଯେପର୍ଯ୍ୟନ୍ତ ଅନ୍ୟତ୍ର ସ୍ଥାନରେ ଜମି ଚିହ୍ନଟ ନ ହୋଇଛି ସେପର୍ଯ୍ୟନ୍ତ ହାଡ଼ିଆ ପଠାରେ ଥିବା ତାଙ୍କ ଶ୍ମଶାନକୁ ପୋତା ନଯାଉ । ଏମିତି କିଛି ଦାବି କରିଛି ବିଜେପି । ଆଜି ଆରଡ଼ିସିଙ୍କୁ ଭେଟି ଏହି ପ୍ରସଙ୍ଗରେ ଦାବି ଜଣାଇଛି ବିଜେପି ।
ଦୀର୍ଘ ବର୍ଷ ଧରି 50 ହଜାରରୁ ଊର୍ଦ୍ଧ୍ବ ତେଲୁଗୁ ସମ୍ପ୍ରଦାୟ ହାଡ଼ିଆ ପଠାରେ ଥିବା ଶ୍ମଶାନରେ ସେମାନଙ୍କ ଆତ୍ମୀୟଙ୍କ ଅନ୍ତିମ ସତ୍କାର କରୁଛନ୍ତି । ତେବେ ବର୍ତ୍ତମାନ ସ୍ଥିତିରେ ଯଦି ସେହି ସ୍ଥାନକୁ ପୋତା ଯାଏ ତେବେ ସେମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେବେ । ଯଦି ଏହି ଦାବି ପୂର୍ଣ୍ଣ ନହୁଏ ତେବେ ଆଗମୀ ଦିନରେ ଆରଡିସି କାର୍ଯ୍ୟାଳୟ ଘେରାଉ କରାଯିବା ନେଇ ମଧ୍ୟ ଚେତାବନୀ ଦେଇଛି ବିଜେପି ।
କଟକରୁ ପ୍ରଭୂକଲ୍ୟାଣ ପାଲ, ଇଟିଭି ଭାରତ