କଟକ: ପତ୍ନୀଙ୍କ ସମ୍ବେଦନଶୀଳ ଅଙ୍ଗରେ ପ୍ରେମିକଙ୍କ ନାଁରେ ଟାଟୁ ଥିବା ଘଟଣାକୁ ନେଇ ମହିଳା ଥାନାରେ ହାଜର ହୋଇଛନ୍ତି ମୋହିତ ଓ ସୋନାଲି । ଉଭୟଙ୍କୁ ପୋଲିସ ଜେରା ଜାରି କରିଥିବା ସୂଚନା ମିଳିଛି । ପତ୍ନୀଙ୍କ ନାମରେ ସ୍ବାମୀ ମୋହିତ ଶର୍ମା ଗତକାଲି ଏଭଳି ଅଭିଯୋଗ ଆଣିଥିଲେ ।
ମୋହିତ ପତ୍ନୀ ସୋନାଲିଙ୍କୁ ଏହି ଘଟଣାରେ ଦୋଷୀ କହୁଥିବା ବେଳେ ସୋନାଲିଙ୍କ ପରିବାର ଏହି ପ୍ରସଙ୍ଗକୁ ଦୃଢ ନିନ୍ଦା କରିଛନ୍ତି । ମର୍କତ ନଗର ଥାନା ଅଞ୍ଚଳ ସିଡିଏ ୭ ରେ ଘଟିଛି ଏହି ଅଭାବନୀୟ ଘଟଣା । ମୋହିତ ଓ ସୋନାଲି ଫେସବୁକରେ ଚାଟିଙ୍ଗ କରିବା ପରେ ତାଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା । ଏହାପରେ ଦୁହେଁ ବିବାହ କରିଥିଲେ । କିନ୍ତୁ ବିବାହ ପରେ ମୋହିତଙ୍କ ଦାମ୍ପତ୍ୟ ଜୀବନରେ ସୋନାଲିଙ୍କ ପ୍ରେମିକର କଳା ଛାୟା ପଡିଥିଲା । ସୋନାଲି ପ୍ରେମିକଙ୍କ ସହ ମିଶି ତାଙ୍କୁ ଅତ୍ୟାଚାର କରୁଥିଲେ ବୋଲି ମୋହିତ ଅଭିଯୋଗ କରିଛନ୍ତି ।
ସୋନାଲି ଶାଶୁ ଓ ଶ୍ବଶୁରଙ୍କୁ ମଧ୍ୟ ନିର୍ଯାତନା ଦେଉଥିଲେ । ନିର୍ଯାତନାକୁ ନେଇ ମୋହିତ ଏବେ ପୋଲିସର ସହାୟତା ଲୋଡି ନ୍ୟାୟ ପାଇଁ ଦାବି କରିଛନ୍ତି । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରି ମୋହିତ ସୋନାଲିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଯୌତୁକ ଦାବି କରିଥିବା ସେ ଅଭିଯୋଗ କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ