ETV Bharat / city

Sumit Tapaswini Marital Discord: ହାଇକୋର୍ଟ ଗଲେ ସୁମିତ

author img

By

Published : Jan 11, 2022, 12:47 PM IST

Updated : Jan 11, 2022, 4:02 PM IST

ନୂଆ ମୋଡ ନେଉଛି ବ୍ରହ୍ମପୁର ସୁମିତ ତପସ୍ୱିନୀ ବିବାହ ବିବାଦ । କେତେବେଳେ ସୁମିତଙ୍କ ବାପା ତ ପୁଣି କେତେବେଳେ ସୁମିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି । ମାମଲାକୁ ନେଇ ଆଜି ହାଇକୋର୍ଟରେ ପହଞ୍ଚିଛନ୍ତି ଡାକ୍ତର ସୁମିତ ସାହୁ । ଅଧିକ ପଢନ୍ତୁ

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୁମିତ
ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସୁମିତ

କଟକ: ନୂଆ ନୂଆ ମୋଡ ନେଉଛି ବ୍ରହ୍ମପୁର ସୁମିତ ତପସ୍ୱିନୀ ବିବାହ ବିବାଦ (Sumit-Tapaswini Marital Dispute )। କେତେବେଳେ ସୁମିତଙ୍କ ବାପା ତ ପୁଣି କେତେବେଳେ ସୁମିତ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଉଛନ୍ତି । ମାମଲାକୁ ନେଇ ଆଜି ହାଇକୋର୍ଟରେ ପହଞ୍ଚିଛନ୍ତି ଡାକ୍ତର ସୁମିତ ସାହୁ । ଅପିଲ ଦାଖଲ ପାଇଁ ହାଇକୋର୍ଟ ଆସିଥିବା ସୂଚନା ମିଳିଛି । ବ୍ରହ୍ମପୁର ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟରେ ଅପିଲ କରିଛନ୍ତି ସୁମିତ ।

Sumit Tapaswini Marital Discord

ଗତକାଲି ସୁମିତଙ୍କ ବାପା ପ୍ରମୋଦ ସାହୁ ହାଇକୋର୍ଟରେ ଏକ ମାମଲା ଦାୟର କରିଥିଲେ। ଆଜି ସୁମିତଙ୍କ ପକ୍ଷରୁ ରୁଜୁ ହୋଇଛି ଅପିଲ ମାମଲା । ପ୍ରକାଶ ଥାଉ କି, ଡାକ୍ତର ସୁମିତ ସାହୁ ଏବଂ ତାଙ୍କ ପତ୍ନୀ ତପସ୍ୱିନୀ ବିବାଦ ମାମଲାର ଦୁଇଟି ପିଟିସନ୍ ଉପରେ ଆଜି ବ୍ରହ୍ମପୁର SDJM କୋର୍ଟରେ ଶୁଣାଣି ହୋଇଥିଲା । ତପସ୍ୱିନୀଙ୍କ ମୁଖ୍ୟ ପିଟିସନର ଉତ୍ତରରେ ବ୍ରହ୍ମପୁରର ଏସ୍.ଡି.ଜେ.ଏମ୍ କୋର୍ଟରେ ଜବାବ ରଖିଥିଲେ ସୁମିତଙ୍କ ଓକିଲ । ଯାହାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୯ ତାରିଖକୁ ସ୍ଥିର କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 11, 2022, 4:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.