କଟକ: କୋରୋନା ମହାମାରୀ ପରେ ବୁର୍ଲା, ବ୍ରହ୍ମପୁର ମେଡ଼ିକାଲରେ ନର୍ସିଂ କଲେଜ ଆରମ୍ଭ ହୋଇଛି । ତେବେ ଏସସିବି ନର୍ସିଂ କଲେଜ ଖୋଲିବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି ଏସସିବି କର୍ତ୍ତୃପକ୍ଷ । ଏହାକୁ ନେଇ ଆଜି(ସୋମବାର) ନର୍ସିଂ କଲେଜ ଫାଟକ ସମ୍ମୁଖରେ ଏକ ଅପ୍ରିତୀକର ପରିସ୍ଥିତି ଦେଖିବାକୁ ମିଳିଥିଲା । ନିଜର ଭବିଷ୍ୟତକୁ ଲକ୍ଷ୍ୟ ରଖି ଶତାଧିକ ନର୍ସିଂ ଛାତ୍ରୀ ଆଜି ଅଚାନକ କଲେଜରେ ପହଞ୍ଚି କଲେଜ ଖୋଲିବାକୁ ଦାବି କରିଥିଲେ।
ନିଜର ସମସ୍ତ ବ୍ୟବହାରିକ ସରଞ୍ଜାମ ଧରି ମୁଖ୍ୟ ଫାଟକ ସମ୍ମୁଖରେ କଲେଜ ଖୋଲିବାକୁ ଅଡି ବସିଥିଲେ ଛାତ୍ରୀ। ଦୀର୍ଘ ସମୟ ଧରି ଛାତ୍ରୀ ବସି ରହିଥିଲେ ବି ଏସସିବି କର୍ତ୍ତୃପକ୍ଷ କଲେଜ ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇ ନଥିଲେ। ଫଳରେ ଶତାଧିକ ଛାତ୍ରୀ ନିଜର ଛାତ୍ରୀ ନିବାସ ଭିତରକୁ ଜବରଦସ୍ତ ଧସେଇ ପଶିଥିଲେ ।
ତେବେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କ୍ଳାସ କରିବାକୁ ନିବେଦନ କରିଥିଲେ ନର୍ସିଂ ଛାତ୍ରୀ। କଲେଜ ନଖୋଲିବା ଯୋଗୁଁ ନିଜ ଭବିଷ୍ୟତକୁ ନେଇ ଆଶଙ୍କାରେ ରହିଛନ୍ତି ଛାତ୍ରୀ ଓ ଅଭିଭାବକ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ