ETV Bharat / city

ମାଟ୍ରିକ ପରୀକ୍ଷାକୁ ଦୁଇ ମାସ, ଜୋରଦାର ପ୍ରସ୍ତୁତିରେ ଛାତ୍ରଛାତ୍ରୀ

ମାଟ୍ରିକ ପରୀକ୍ଷାକୁ ଆଉ 2 ମାସ । କୋରୋନା ମଧ୍ୟରେ ଛାତ୍ର ଜୀବନର ପ୍ରଥମ ସୋପାନ ପାର୍ କରିବେ ଶିକ୍ଷାର୍ଥୀ । ଚଳିତ ବର୍ଷ ମହାମାରୀ କାରଣରୁ ମାର୍ଚ୍ଚ ମାସରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚି ମେ ମାସରେ ହେବ । ଅଧିକ ପଢନ୍ତୁ...

author img

By

Published : Mar 4, 2021, 6:38 PM IST

ମାଟ୍ରିକ ପରୀକ୍ଷାକୁ ଦୁଇ ମାସ, ଜୋରଦାର ପ୍ରସ୍ତୁତିରେ ଛାତ୍ରଛାତ୍ରୀ
ମାଟ୍ରିକ ପରୀକ୍ଷାକୁ ଦୁଇ ମାସ, ଜୋରଦାର ପ୍ରସ୍ତୁତିରେ ଛାତ୍ରଛାତ୍ରୀ

କଟକ: ମାଟ୍ରିକ ପରୀକ୍ଷାକୁ ଆଉ 2 ମାସ । କୋରୋନା ମଧ୍ୟରେ ଛାତ୍ର ଜୀବନର ପ୍ରଥମ ସୋପାନ ପାର୍ କରିବେ ଶିକ୍ଷାର୍ଥୀ । ଚଳିତ ବର୍ଷ ମହାମାରୀ କାରଣରୁ ମାର୍ଚ୍ଚ ମାସରେ ହେବାକୁ ଥିବା ପରୀକ୍ଷା ଘୁଞ୍ଚି ମେ ମାସରେ ହେବ । ଏଥିପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କଠାରୁ ଆରମ୍ଭ କରି ଛାତ୍ରଛାତ୍ରୀ, ସମସ୍ତେ ଜୋରଦାର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ସରକାରଙ୍କ କଡା ନିର୍ଦ୍ଦେଶ 100 ଦିନରେ ସାର ସିଲାବସ୍, ଏପର୍ଯ୍ୟନ୍ତ 80 ପ୍ରତିଶତ ସିଲାବସ ଶେଷ ହୋଇଥିବା ବେଳେ ବାକି ଅଛି ଆଉ 20 ପ୍ରତିଶତ । ତେବେ ସିଲାବସ୍ ତ ସରିଯିବ ମାତ୍ର ରିଭିଜନ୍ କରିବା ସ୍କୁଲ ପାଇଁ କଷ୍ଟସାଧ୍ୟ ହୋଇପାରେ ।

ଦିନ ରାତି ଏକ୍ କରିଦେଇଛନ୍ତି ଛାତ୍ରଛାତ୍ରୀ । ଲକଡାଉନ୍ ସମୟରେ ଅନଲାଇନରେ ପାଠ ପଢିଥିଲେ ବି କ୍ଲାସରୁମ୍ ପାଠ ପଢାର ଆବଶ୍ୟକତା ରହିଥିଲା, ଯେଉଁଥିପାଇଁ ସରକାର 100 ଦିନର ଟାର୍ଗେଟ ରଖିଲେ..ଆଉ ଆରମ୍ଭ ହୋଇଗଲା ସିଲାବସ୍ ଶେଷ କରିବା ଅଭିଯାନ । ଶିକ୍ଷକ-ଶିକ୍ଷୟତ୍ରୀ ଲାଗିପଡି ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଛନ୍ତି । ପୂର୍ବରୁ ଜାନୁଆରୀ ସୁଦ୍ଧା ସିଲାବସ୍ ସରିଯାଉଥିଲା ଓ ଫେବୃଆରୀରୁ ରିଭିଜନ ଆରମ୍ଭ ହୋଇଯାଉଥିଲା । ତେବେ ଚଳିତ ବର୍ଷ ମେ ମାସରେ ପରୀକ୍ଷା ଥିବାରୁ 2 ମାସ ମଧ୍ୟରେ ବାକି 20 ପ୍ରତିଶତ ସିଲାବସ୍ ସାରି ରିଭିଜନ କରାଇବା ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ ନିଶ୍ଚିତ । ଅନ୍ୟପକ୍ଷେ ସରକାର 30 ପ୍ରତିଶତ ସିଲାବସ୍ କମାଇ ଏହି ସମସ୍ୟାକୁ ସାମାନ୍ୟା ଲାଘବ କରିପାରିଛନ୍ତି ।

ଚଳିତ ବର୍ଷ 6 ଲକ୍ଷ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ । ସେମାନଙ୍କ ଅଭ୍ୟାସ ପାଇଁ ପ୍ରତି ମାସରେ ଟେଷ୍ଟ ପରୀକ୍ଷା ଦେଉଛନ୍ତି ପିଲେ ଫଳରେ ପରୀକ୍ଷାର୍ଥୀ ଯେପରି ଅଭ୍ୟସ୍ତ ହୋଇଯିବେ । ଏହାସହ ସ୍କୁଲରେ ଏକ୍ସଟ୍ରା କ୍ଲାସ୍ ମଧ୍ୟ କରାଯାଉଛି । ତେବେ ପିଲାଙ୍କ ପରିଶ୍ରମ ଓ ସରକାରଙ୍କ ସଠିକ୍ ପରିଚାଳନା ଦ୍ବାରା ଏଥର ରେଜଲ୍ଟ ଭଲ ହେବ ବୋଲି ଆଶା କରାଯାଉଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.