କଟକ: ଅନିର୍ଦ୍ଦିଷ୍ଟ ପାଇଁ ବନ୍ଦ କଟକ ନର୍ସିଂ କଲେଜ । କୋରୋନା ସଂକ୍ରମଣ ବଢୁଥିବାରୁ କଲେଜ କର୍ତ୍ତୃପକ୍ଷଙ୍କ ବନ୍ଦ ଘୋଷଣା । ଅପରାହ୍ନ 5ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ସେପଟେ, ନର୍ସିଂ କଲେଜର ଅଧ୍ୟକ୍ଷାଙ୍କୁ ବଦଳି ଦାବିରେ ନର୍ସିଂ ଛାତ୍ରଛାତ୍ରୀ ଅଟଳ ରହିଛନ୍ତି । ଏନେଇ ଆନ୍ଦୋଳନରେ ମଧ୍ୟ ବସିଥିଲେ ।
ସୂଚନାଯୋଗ୍ୟ, ରାଜ୍ୟରେ କୋରୋନାର ଦ୍ବିତୀୟ ଲହରୀ ବ୍ୟାପକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଗତ 2 ଦୁଇ ଧରି ସଂକ୍ରମଣ ମାମଲା 1000କୁ ଊର୍ଦ୍ଧ୍ବ ରହୁଛି । ଏପରି ସ୍ଥିତିରେ ପିଲାଙ୍କ ସୁରକ୍ଷା ଦେଖି କଲେଜ ବନ୍ଦ ରଖାଯାଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ