କଟକ: ଲକଡାଉନରେ ସାମାଜିକ ଦୂରତ୍ୱକୁ ଅଧିକ ଗୁତୁତ୍ତ୍ବ ଦିଆଯାଉଛି । ଯାହା କୋରୋନା ପାଇଁ ବଡ଼ ଔଷଧ । ହେଲେ ବର୍ତ୍ତମାନ ସ୍ଥିତିରେ ମେଡିକାଲ ପରିସରରେ ଏହା ଟିକେ ଦୃଷ୍ଟି ଗୋଚର ହେଉନି । ବିଶେଷକରି ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟକେନ୍ଦ୍ରରେ ।
ବହିଃ ବିଭାଗରେ ରୋଗୀ ମାନେ ଲାଇନ ଲଗାଇବା ଦୃଶ୍ୟ ସମ୍ନାକୁ ଆସିଛି । ଡାକ୍ତରଙ୍କ ପରାମର୍ଶ, ମେଡିସନ ଇତ୍ୟାଦି କିଣିବା ପାଇଁ ଆଉଟ ଡୋରରେ ଲାଇନ ଲାଗୁଛି । ଯାହା କୋରୋନା ସଂକ୍ରମଣ ହେବାରେ ଯଥେଷ୍ଟ ସମ୍ଭାବନା ରହିଛି ।
ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ନିୟମ କଡାକଡି କରିଛନ୍ତି । ଯେଉଁଥିରେ ସମାଜିକ ଦୂରତ୍ୱ ନିତ୍ୟନ୍ତ ଆବଶ୍ୟକ । ତେବେ ଏହି ରୋଗୀ ମାନଙ୍କ ପାଇଁ ଆଉଟ ଡୋରରେ ଡକ୍ଟର ପରାମର୍ଶ ପାଇଁ କିପରି ନିୟମ ରହିବ ତାକୁ ନେଇ ମେଡିକାଲ ଉଚ୍ଚ ପଦସ୍ତ ଅଧିକାରୀ ଖୁବ ଶୀଘ୍ର ପଦକ୍ଷେପ ଗ୍ରହଣ କରିବା ନେଇ ଜଣାପଡିଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ