କଟକ: ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇସାରିଛି ଷୋଡଶ ଉପଚାର ପୂଜା । ଶକ୍ତିପୀଠ ଗୁଡିକରେ ଚାଲିଛି ଜଗତ ଜନନୀଙ୍କ ୧୬ ଦିନାତ୍ମକ ଆରାଧନା । ଘଣ୍ଟ ଘଣ୍ଟା ପଞ୍ଚବାଦ୍ୟ ସହ ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି ମନ୍ଦିର ।
ଏହି ଷୋଡଶ ଉପଚାର ପୂଜା ଅବସରରେ କଟକର ଅଧିଷ୍ଠାତ୍ରୀ ଦେବୀ ମାଁ କଟକ ଚଣ୍ଡୀ ୧୬ଟି ବେଶ ଧାରଣ କରି ଭକ୍ତଙ୍କୁ ଦେବେ ଦର୍ଶନ । ଦେବୀ କଟକ ଚଣ୍ଡୀ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ବେଶ ଧାରଣ କରି ଭକ୍ତ ଜନଙ୍କୁ ଦର୍ଶନ ଦେଉଛନ୍ତି । ଆଜି (ଶନିବାର) କଟକ ଚଣ୍ଡୀ ରାଜେଶ୍ବରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ।
ଗତ ମଙ୍ଗଳବାର ଠାରୁ ପୀଠ ଗୁଡିକରେ ମା’ ଚଣ୍ଡୀଙ୍କ ସହସ୍ରା କୁମ୍ଭାଭିଷେକ ଜଳ ଲାଗି ହେବା ପରେ ବୁଧବାର କଳସ ସ୍ଥାପନା କରି ଧରାପୃଷ୍ଠକୁ ଆବାହନ କରାଯାଇଥିଲା ଜଗତଜନନୀ ମା' ଦୁର୍ଗାଙ୍କୁ ।
ସେହିପରି (ବୁଧବାର) ମାଁ କଟକ ଚଣ୍ଡୀ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିବାବେଳେ ଗତକାଲି (ଗୁରୁବାର) ଭୁବନେଶ୍ବରୀ ବେଶରେ ଦର୍ଶନ ଦେଇଥିଲେ । ଗତକାଲି ( ଶୁକ୍ରବାର) ଉଗ୍ରତାରା ବେଶରେ ଭକ୍ତଜନଙ୍କୁ ଦେଇଥିଲେ ଦର୍ଶନ ।
ଅନ୍ୟପଟେ ମା’ଙ୍କ ଆଶିଷ ପାଇବା ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଛି । କୋଭିଡ କଟକଣା ମାନି ସହ ସହ ସଂଖ୍ୟାରେ କଟକବାସୀ ଓ ଜିଲ୍ଲା ବାହାର ଲୋକ ମା’ଙ୍କ ଦର୍ଶନ କରୁଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ