କଟକ: ପର୍ଯ୍ୟଟନ ହବରେ ପରିଣତ ହେବ ସିଲଭରସିଟି । ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ପାଟଣା ଅଞ୍ଚଳରେ ଥିବା ନାକଚାନି ପାଟର ହେବ ପର୍ଯ୍ୟଟନ ବିକାଶ । ତା ନିକଟକୁ ଲାଗି କରିଥିବା 19 ଏକର ଜମିରେ ଗଢି ଉଠିଥିବା ହ୍ରଦର ବିକାଶ ପାଇଁ କଟକରେ ପହଞ୍ଚିଛନ୍ତି ଇଡ଼କୋ କମ୍ପାନୀର କର୍ମକର୍ତା ।
ସେପଟେ ଅଞ୍ଚଳ ପରିଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ସହ ଅଧିକାରୀମାନେ ଆଲୋଚନା କରିଛନ୍ତି । ତେବେ ପର୍ଯ୍ୟଟନ ବିଭାଗ ପକ୍ଷରୁ 1 କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ତେବେ ଖୁବ ଶୀଘ୍ର ଏନେଇ କାମ ଆରମ୍ଭ ହେବା ନେଇ ସ୍ପଷ୍ଟ କରିଛନ୍ତି କଟକ ଜିଲ୍ଲାପାଳ ।
ପୂର୍ବରୁ ପର୍ଯ୍ୟଟନ ବିଭାଗ ଦ୍ବାରା ସିସୋର ପଠାରେ ବୋଟିଂ ବ୍ୟବସ୍ଥା ଆରମ୍ଭ ହେବା ପରେ ନୂଆ ପାଟଣା ଅଞ୍ଚଳକୁ ପର୍ଯ୍ୟଟନ ହବରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛି ଜିଲ୍ଲା ପ୍ରଶାସନ ।
କଟକରୁ ପ୍ରଭୁ କଲ୍ୟାଣ ପାଲ୍, ଇଟିଭି ଭାରତ