ETV Bharat / city

ସୁଧୁରୁଛି ସିଲଭରସିଟି - FANI

‘ଫନି’ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା କଟକରେ ସ୍ଥିତି ସ୍ବଭାବିକ ପାଇଁ ଲାଗିପଡିଛି ପ୍ରଶାସନ । ଦିନରାତି ଏକ କରି କାମ କରୁଛନ୍ତି ଓଡ୍ରାଫ ଟିମ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : May 7, 2019, 3:38 PM IST

କଟକ: ବାତ୍ୟା ‘ଫନି’ର ତାଣ୍ଡବ ପରେ ଉଜୁଡିଯାଇଛି ସିଲଭରସିଟି । ବାଉନ ବଜାର ତେପନ ଗଳି ସହର ଏବେ ଅସ୍ତବ୍ୟସ୍ତ ହୋଇପଡିଛି । ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କେଉଁଟି ଗଛ ପଡି ରାସ୍ତାଜାମ ତ ଆଉ କେଉଁଠି ବିଜୁଳି ତାର ଓ ଖୁଣ୍ଟ ପଡି । ଏହାରି ଭିତରେ ଜିଲ୍ଲା ପ୍ରଶାସନ ଓ ଓଡ୍ରାଫ ଟିମ କଟକର ସ୍ଥିତି ସ୍ବାଭାବିକ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି । ତଥାପି ବି କାମ ସରୁନି । ଏତେ ପରିମାଣରେ କ୍ଷୟକ୍ଷତି ହୋଇଛି ଯେ ବାତ୍ୟାକୁ 4 ଦିନ ପୁରିଥିଲେ ମଧ୍ୟ ସ୍ଥିତି ସ୍ବଭାବିକ ହୋଇପାରିନି ।

ବିଶେଷକରି ସିଡିଏ, କ୍ୟାଣ୍ଟନମେଣ୍ଟ ରୋଡ଼, ଶିଶୁଭବନ ଛକ ଆଦିରେ ବ୍ୟାପକ କ୍ଷୟକ୍ଷତି ଦୃଷ୍ଟିଗୋଚର ହୋଇଛି । ବଡ଼ ବଡ଼ ଗଛ ପଡିଥିବାରୁ ଗମନାଗମନରେ ବାଧା ଉପୁଜୁଛି । ସମସ୍ତ ରାସ୍ତାକୁ ଶୀଘ୍ର ସଫା କରିବା ପାଇଁ ଅଣ୍ଟା ଭିଡିଛି ଓଡ୍ରାଫ ଟିମ । ଖୁବଶୀଘ୍ର ସ୍ଥିତି ସ୍ବଭାବିକ କରିବାକୁ ଉଦ୍ୟମ ଜାରି ରହିଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.