କଟକ: ସିଲଭରସିଟିରେ ଜାରି ରହିଛି ସଟଡାଉନ ପ୍ରକ୍ରିୟା । ପ୍ରଥମ ସଟଡାଉନ 8 ତାରିଖ ପର୍ଯ୍ୟନ୍ତ ରହିଥିଲା ବେଳେ ଆଉ ଦୁଇ ଦିନ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି କଟକ ମହାନଗର ନିଗମ । ଏହି ସମୟ କଟକ ପାଇଁ ବଡ଼ ଚ୍ୟାଲେଞ୍ଜ ରହିଛି । କାରଣ କିଛି ଦିନ ହେବ ସହରରେ ହୁହୁ ହୋଇଛି ବଢୁଛି କୋରୋନା କାୟା ।
ଯାହାଦ୍ବାରା ଲୋକେ ମଧ୍ୟ ଭୟବିତ ଅବସ୍ଥାରେ ରହିଛନ୍ତି । ତେବେ ଏହାକୁ ଆଖିଆଗରେ ରଖି ସଟଡାଉନ ଘୋଷଣା କରାଯାଇଛି । ଏହାଛଡା କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଶୀଘ୍ର ହୋଇପାରୁଛି ବୋଲି କହିଛନ୍ତି କଟକ କମିଶନର । ଏହି ଭୂତାଣୁ ପାଖପାଖି 72 ଘଣ୍ଟା କୌଣସି ନିର୍ଦ୍ଧିଷ୍ଟ ସ୍ଥାନରେ ରହିଥାଏ । ଯଦି ଏହାକୁ ରୋକିବା ବାଟ କେବଳ ହେଉଛି ସଟଡାଉନ । ଏହାକୁ ଦୃଷ୍ଟିରେ କଟକକୁ ସଟଡାଉନ କରାଯାଇଛି । ଯାହା ଫଳପ୍ରଦ ହେବ ବୋଲି ଆଶା ରଖିଛନ୍ତି କମିଶନର ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ