ETV Bharat / city

ଧବଳେଶ୍ବର ପୀଠରେ ୧୪୪ ଧାରା, ବିନା ଭକ୍ତରେ ବାବାଙ୍କ ଚନ୍ଦ୍ରମଉଳି ବେଶ - Section 144 Imposed at Dhabaleswar

ଆଜି ହେଉଛି କାର୍ତ୍ତିକ ମାସର ପହିଲି ପଞ୍ଚୁକ । ପବିତ୍ର ବ୍ରତ ପାଳନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ପବିତ୍ର ଐତିହାସିକ ଶୈବପୀଠ ଧବଳେଶ୍ବର ପୀଠରେ । ପଞ୍ଚୁକ ପ୍ରଥମ ଦିନରେ ଚନ୍ଦ୍ରମଉଳି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର । ଅଧିକ ପଢନ୍ତୁ

ପଞ୍ଚୁକ ପ୍ରଥମ ଦିନରେ ଧବେଳେଶ୍ବର ପୀଠରେ ୧୪୪ ଧାରା,

author img

By

Published : Nov 15, 2021, 11:00 AM IST

Updated : Nov 15, 2021, 11:52 AM IST

କଟକ: ଆଜି ହେଉଛି କାର୍ତ୍ତିକ ମାସର ପହିଲି ପଞ୍ଚୁକ । ପବିତ୍ର ବ୍ରତ ପାଳନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ପବିତ୍ର ଐତିହାସିକ ଶୈବପୀଠ ଧବଳେଶ୍ବର ପୀଠରେ । ହେଲେ ଏଥର ଖାଁ ଖାଁ ପୀଠ । କେବେଳ ପରମ୍ପରା ଅନୁସାରେ ପଞ୍ଚୁକ ପ୍ରଥମ ଦିନରେ ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଇଛନ୍ତି ବାବା ଧବଳେଶ୍ବର ।

ଧବେଳେଶ୍ବର ପୀଠରେ ୧୪୪ ଧାରା

ପଞ୍ଚୁକ ପ୍ରଥମଠୁ ନେଇ କାର୍ତ୍ତିକ ମାସ ସାରା ପୀଠରେ ଭକ୍ତଙ୍କ ଭିଡ ଲାଗିଥାଏ । ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥାଏ ସାରା ପରିବେଶ। କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ପୀଠରେ ଜାରି ହୋଇଛି 144ଧାରା । ଖାଁ ଖାଁ ଦେଖିବାକୁ ମିଳୁଛି ମନ୍ଦିର ପରିବେଶ । ହେଲେ ରୀତିନୀତିରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଭୋର 4ଟାରୁ ପହଡ ଖୋଲାଯାଇ ବାବାଙ୍କୁ 108କଳସ ଜଳରେ ସ୍ନାନ କରାଯାଇ ମଙ୍ଗଳ ଆଳତୀ ପରେ ବିନା ଭକ୍ତରେ ଦର୍ଶନ ଦେଇଛନ୍ତି ବାବା ।

ଏହା ପରେ ବେଲପତ୍ର ଫୁଲରେ ବାବାଙ୍କୁ ଚନ୍ଦ୍ର ମଉଳି ବେଶରେ ସଜା ଯାଇଛି । ପୂଜକଙ୍କ ମନ୍ତ୍ରରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ଭକ୍ତଙ୍କୁ ମନ୍ଦିର ମନା ହୋଇଛି । ସୁରକ୍ଷା ଦୃଷ୍ଟିରୁ ମନ୍ଦିରର ପ୍ରବେଶ ପଥ ଝୁଲାପୋଲ ପରିସରରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Nov 15, 2021, 11:52 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.