ETV Bharat / city

ଖୁବଶୀଘ୍ର ସୁସ୍ଥ ହେବେ ଜଗା-ବଳିଆ, ଏସସିବିରେ ସ୍ବତନ୍ତ୍ର ଡାକ୍ତର ଟିମ୍‌ - update of Jaga balia treatment

ଖୁବଶୀଘ୍ର ସୁସ୍ଥ ହେବ ଜଗା-ବଳିଆ । ଦିଲ୍ଲୀ ଏମ୍ସରୁ ଫେରିବା ପରେ ଦୁହିଁଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛି ଏସସିବି ଡାକ୍ତର ଟିମ୍‌।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Sep 8, 2019, 10:50 AM IST

କଟକ: ଦୀର୍ଘ 2ବର୍ଷ ପରେ ଓଡ଼ିଶା ଫେରିଛନ୍ତି ଜଗା-ବଳିଆ । କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ଯାଏ ଉଭୟଙ୍କୁ କଟକ ଏସସିବିରେ ରଖାଯିବ । ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇ ଫେରିଥିବା ବେଳେ ଏବେ ବି ସଂକ୍ରମଣର ଭୟ ରହୁଛି । ତେଣୁ ଉଭୟଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛି ଏକ ଡାକ୍ଟର ଟିମ । ଯେଉଁଥିରେ ଅଭିଜ୍ଞ ନ୍ୟୁରୋଲୋଜି, ପେଡିଆଟ୍ରିକ, ଫିଜିଓଥେରାପି ଡକ୍ଟର ରହିଛନ୍ତି । ଆଉ ଖୁବଶୀଘ୍ର ଉଭୟଙ୍କୁ ସୁସ୍ଥ କରାଯିବା ନେଇ ଆଶା ରଖିଛି ଏସସିବି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ବର୍ତ୍ତମାନ ଜଗା ସମ୍ପୂର୍ଣ୍ଣ ସୁସ୍ଥ ଥିବାବେଳେ ଖେଳାକୁଦ ମଧ୍ୟ କରୁଛି । କିନ୍ତୁ ଏବେ ବି ବଳିଆର ଅବସ୍ଥା ଭଲ ନାହିଁ । ଜଗା ସ୍କୁଲକୁ ଯିବାକୁ ପ୍ରସ୍ତୁତ ହେଉଥିବାବେଳେ ବଳିଆ ପ୍ରତି ସ୍ବାସ୍ଥ୍ୟ ବିଭାଗ ଅତ୍ୟନ୍ତ ଧ୍ୟାନ ଦେଉଛନ୍ତି । ଜନ୍ମ ସମୟରୁ 2 ଭାଇ ଯୋଡି ହୋଇରହିଥିଲେ । ଯଦ୍ବାରା ଜଗା ଅପେକ୍ଷା ବଳିଆ ଦେହରେ ରକ୍ତ କମ ପ୍ରବାହିତ ହେଉଥିଲା । ତେଣୁ ବଳିଆର ଖାଦ୍ୟକୁ ଗୁରତ୍ବ ଦିଆଯାଉଛି ।

ସେପଟେ, ଖୁବଶୀଘ୍ର ଉଭୟ ଭଲ ହୋଇଯିବେ ବୋଲି ଏସସିବି ଡକ୍ଟର ଟିମ ମୁଖ୍ୟ ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଏସିବି ରେ ଏବେ ଜଗାବଳିଆ । ଦୀର୍ଘ 2 ବର୍ଷ ରୁ ଅଧିକ ସମୟ ଧରି ଦିଲ୍ଲୀ ଏମ୍ସ ରେ ଚିକିତ୍ସା ପରେ ଏବେ ସେ ଏସିବି ସ୍ଥାନାନ୍ତରିତ ହୋଇଛନ୍ତି । ତେବେ ଉଭୟ ଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ ରହିଛି ଏସିବି ର ଏକ ଡ଼କ୍ଟର ଟିମ ରହିଛନ୍ତି । ଯେଉଁଥିରେ ରହିଛନ୍ତି ଅଭିଜ୍ଞ ନ୍ୟୁରୋଲୋଜି ,ପେଡିଆଟିକ , ଫିଜିଏଥେରାପି ଡକ୍ଟର ରହିଛନ୍ତି । ଉଭୟ ଙ୍କୁ ଖୁବ ଶୀଘ୍ର ସୁସ୍ଥ କରାଯିବା ନେଇ ଆଶା ରଖିଛି ଏସିବି ।

ତେବେ କହିବାକୁ ଗଲେ ଵର୍ତମାନ ଜଗା ସୁସ୍ଥ ଥିଲାବେଳେ ବଳିଆ ର ସ୍ୱାସ୍ତ୍ୟ ଅବସ୍ଥା ଭଲ ନାହିଁ । ଯେହେତୁ ଜନ୍ମ ସମୟରୁ 2 ଭାଇ ଏକ ଥିଲେ । ସେଥିପାଇଁ ଜଗା ଦେହ ରେ ଯେତିକି ରକ୍ତ ପ୍ରବାହିତ ହେଉଥିଲା ସେହିମାତ୍ରାରେ ବଳିଆ ଦେହରେ ରକ୍ତ ପ୍ରବାହିତ ହେଉନଥିଲା । ତେବେ ବଳିଆ ର ଏବେ ଖାଦ୍ୟ ଉପରେ ବେଶ ଗୁରୁତ୍ୱ ଦିଆଯାଉଛି । ଆଉ ଡକ୍ଟର ଟିମ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଖୁବ ଶୀଘ୍ର ଉଭୟ ଭଲ ହୋଇଯିବେ ଵୋଲି ଏସିବି ଡକ୍ଟର ଟିମ ର ମୁଖ୍ୟ ସୁଧାଂଶୁ ଶେଖର ମିଶ୍ର ।

Body:ବାଇଟ: ସୁଧାଂଶୁ ଶେଖର ମିଶ୍ର( ଜଗାବଳିଆ ଚିକିତ୍ସା ଡକ୍ଟର ଟିମ ମୁଖ୍ୟ)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.