କଟକ: ଏସସିବି ମେଡିକାଲରେ ଉଦଘାଟିତ ହେଲା 42ତମ ଜାତୀୟ ଫରେନ୍ସିକ ମେଡିସନର ବାର୍ଷିକ ଅଧିବେଶନ । ଭର୍ଚୁଆଲ ମିଟିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଧିବେଶନକୁ ଉଦଘାଟନ କରିଛନ୍ତି । ତେବେ ବିଭିନ୍ନ ରାଜ୍ୟର 200 ରୁ ଊର୍ଦ୍ଧ୍ବ ପ୍ରତିନିଧି ଏହି ସମାବେଶରେ ଯୋଗ ଦେଇଛନ୍ତି ।
ଏହି ଅବସରରେ କିଭଳି ବିଭାଗ ଆଗମୀ ଦିନରେ ନିଜର ରିପୋର୍ଟକୁ ନେଇ ବେଶ ଯତ୍ନଶୀଳ ରହିବ, ଏହାଛଡା ମାନବ ସମ୍ବଳ ବୃଦ୍ଧି ଓ ଟେକନିକକୁ ଆହୁରି କିପରି ବୃଦ୍ଧି କରାଯାଇପାରିବ ତାହା ଉପରେ ଆଲୋଚନା କରାଯାଇଛି ।
ସେହିପରି ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, "ଫରେନ୍ସିକ ମାନବ ଶରୀର ସହିତ ଜଡିତ, ଅପରାଧ ଘଟାଇଥିବା ପ୍ରକୃତ ଅପରାଧିକୁ ଧରିବା ପାଇଁ ପ୍ରମାଣର ଆବଶ୍ୟକତା ସର୍ବଦା ରହିଛି । ଏହା ମାଧ୍ୟମରେ ଫରେନ୍ସସିକ ବିଭାଗ ପ୍ରମାଣ ଯୋଗାଇବାରେ ବେଶ ସଫଳ ହୋଇଥଏ ।" ତେଣୁ ନ୍ୟାୟ ପାଇବାରେ ଫରେନ୍ସିକ ବିଭାଗର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ