ETV Bharat / city

ଏସସିବି ସମ୍ପ୍ରସାରଣ ପ୍ରସଙ୍ଗ: ଜୁଲାଇ ୭ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ

author img

By

Published : Jun 26, 2020, 11:01 PM IST

ତ୍ୱରାନ୍ୱିତ ହେବ ଏସସିବି ସମ୍ପ୍ରସାରଣ କାମ । ଏନେଇ କେନ୍ଦ୍ରାଞ୍ଚଳ ଆରଡିସି ଆଜି ସମୀକ୍ଷା କରିଛନ୍ତି।

SCB expansion issue: Central RDC review, order to leave house by July 7
ଏସସିବି ସମ୍ପ୍ରସାରଣ ପ୍ରସଙ୍ଗ: କେନ୍ଦ୍ରାଞ୍ଚଳ ଆରଡିସିଙ୍କ ସମୀକ୍ଷା, ଜୁଲାଇ ୭ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ

କଟକ: ତ୍ୱରାନ୍ୱିତ ହେବ ଏସସିବି ସମ୍ପ୍ରସାରଣ କାମ । ଏନେଇ କେନ୍ଦ୍ରାଞ୍ଚଳ ଆରଡିସି ଆଜି ସମୀକ୍ଷା କରିଛନ୍ତି। ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ପ୍ରକ୍ରିୟାରେ ଚାଲୁଥିବାରୁ ଆରଡିସି ଆଜି ଅସନ୍ତୋଷ ଜାହିର କରିଛନ୍ତି । ବିଶେଷକରି ତାଳଦଣ୍ଡା କେନାଲ ପାର୍ଶ୍ୱରେ ଚାଲୁଥିବା ୬ ଲେନ ରାସ୍ତା କାମ ଶୀଘ୍ର ସାରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ସରକାରୀ, ବେସରକାରୀ ତଥା ଯେଉଁମାନେ କ୍ୱାଟର୍ସ ଗୁଡିକୁ ଛାଡି ନାହାନ୍ତି ସେମାନଙ୍କୁ ଜୁଲାଇ ୭ ତାରିଖ ସୁଦ୍ଧା ଖାଲି କରିବାକୁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଜିର ବୈଠକରେ କଟକ ଜିଲ୍ଲାପାଳ, ସିଏମସି କମିଶନର, ତହସିଲଦାର, ସମେତ ବିଭିନ୍ନ ବିଭାଗର ଅଫିସରମାନଙ୍କୁ ପ୍ରକଳ୍ପର ତ୍ୱରିତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଯେଉଁ ମାନଙ୍କର କିଛି ସମସ୍ୟା ରହିଛି ସେମାନଙ୍କୁ ଅଧିକ କ୍ଷତିପୂରଣ ଦେଇ ବୁଝାଇ ସୁଝାଇ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କେନ୍ଦ୍ରାଞ୍ଚଳ ଆରଡିସି ପରାମର୍ଶ ଦେଇଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.