ETV Bharat / city

ଦାୟିତ୍ବ ଗ୍ରହଣ କଲେ, ବାପାଙ୍କୁ ମନେପକାଇ କାନ୍ଦିଲେ ସଞ୍ଜୟ - ଓସିଏ ନିର୍ବାଚନ

ସୋମାବର ନବନିର୍ବାଚିତ ସଞ୍ଜୟ ଓ ତାଙ୍କ ପ୍ୟାନେଲ ନିଜ ନିଜ ପଦବୀର ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ବ ଗ୍ରହଣ କରିବା ବେଳେ କୋହଭରା କଣ୍ଠରେ ବାପା ମନେ ପଡୁଛନ୍ତି ବୋଲି କହିଛନ୍ତି ଓସିଏର ନୂଆ ସମ୍ପାଦକ ସଞ୍ଜୟ ।

ଦାୟିତ୍ବ ଗ୍ରହଣ ପରେ କାନ୍ଦିଲେ ସଞ୍ଜୟ, କହିଲେ ବାପାଙ୍କୁ ମିସ୍‌ କରୁଛି
author img

By

Published : Sep 30, 2019, 6:29 PM IST

କଟକ: ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)ର ସମ୍ପାଦକ ସିଟ୍‌ରେ ନବନିର୍ବାଚିତ ହୋଇଛନ୍ତି ସମ୍ପାଦକ ସଞ୍ଜୟ ବେହେରା । ଗତ କିଛି ବର୍ଷ ଧରି ବାପା ଆଶୀର୍ବାଦ ବେହେରା ଅକ୍ତିଆର କରିଥିବା ଚୌକିକୁ ପୁଣି ନିଜ ଆୟତ୍ତକୁ ନେଇଛନ୍ତି ପୁଅ ସଞ୍ଜୟ । ସୋମାବର ନବନିର୍ବାଚିତ ସଞ୍ଜୟ ଓ ତାଙ୍କ ପ୍ୟାନେଲ ନିଜ ନିଜ ପଦବୀର ଦାୟିତ୍ବ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ବ ଗ୍ରହଣ କରିବା ବେଳେ କୋହଭରା କଣ୍ଠରେ ବାପା ମନେ ପଡୁଛନ୍ତି ବୋଲି କହିଛନ୍ତି ସଞ୍ଜୟ ।

ଭିଡିଓ ସୌଜନ୍ୟ- ସମ୍ବାଦାଦାତା କଟକ

ତେବେ ଆଗାମୀ 3 ବର୍ଷ (ଫୁଲ ଟର୍ମ) ପାଇଁ ସଞ୍ଜୟ ଓ ତାଙ୍କ ଟିମ ଅଧିନରେ ରହିବ ଓସିଏ । ଅନେକ ବିକାଶମୂଳକ କାର୍ଯ୍ୟ ଓ ଆଗାମୀ ଦିନରେ କେବଳ ଓଡିଶା କ୍ରିକେଟର ବିକାଶ ଦିଗରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ସଞ୍ଜୟ । ଏଥିସହିତ ଚଳିତ ବର୍ଷ ଡିସେମ୍ବରେର ହେବାକୁ ଥିବା ବାରବାଟୀ ଦିନିକିଆକୁ ସଫଳ ଭାବେ ଆୟୋଜନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ତେବେ କାର୍ଯ୍ୟରେ ଯୋଗ ଦେବା ପରେ ସଞ୍ଜୟ କହିଛନ୍ତି, "ମୁଁ ଜିତିଛି ସତ । କିନ୍ତୁ ମୁଁ ମୋ ବାପାଙ୍କୁ ବହୁତ ମିସ୍‌ କରୁଛି । 8 ବର୍ଷ ଧରି ଓଡିଶାବାସୀ ଜାଣିଛନ୍ତି ଆଶୀର୍ବାଦ ବେହେରା କ’ଣ କରିଛନ୍ତି । ଆଉ ବାପାଙ୍କ ଅଧୁରା ସ୍ବପ୍ନକୁ ମୁଁ 3 ବର୍ଷ ମଧ୍ୟରେ ପୂରଣ କରିବି ।"

କଟକରୁ ପ୍ରଭୁରକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: କୋହ ଭରା ହୃଦୟରେ କାନ୍ଦିଲେ ସଞ୍ଜୟ । ମୋବାପା ଙ୍କୁ ବହୁତ ମିସ କରୁଛି । ବାପା ଥିଲେ ହୁଏତ ମୋ ଉପରେ ଏତେ ଚାପ ପଡି ନଥାନ୍ତା । 76 ବର୍ଷ ବୟସ ରେ ମୋ ବାପା ଙ୍କୁ ଯେଉଁ ଢଙ୍ଗରେ ଗିରଫ କରାଯାଇଛି ତାହା କୁ ମୁଁ ହୃଦୟଙ୍ଗମ କରିଛି । ବାପା ଙ୍କ ଏହି ସମ୍ପାଦକ ଚେୟାର ରେ ଆଜି ମୁ ବସିଛି । ହେଲେ ଏହି ବିଜୟ ରେ ମୁଁ ଦୁଃଖିତ । କାରଣ ମୋ ବାପାଙ୍କୁ ଅସନମାନ ହୋଇଛି । ତେବେ ବାପା ଦେଖିଥିବା ସେହି ସ୍ୱପ୍ନ କୁ 3 ବର୍ଷ ମଧ୍ୟରେ ପୂର୍ଣ୍ଣ କରିବି ବୋଲି କହିଛନ୍ତି ଓସିଏ ର ନୂତନ ସମ୍ପଦକ ସଞ୍ଜୟ ବେହେରା ।

ତେବେ ଆଜି ଓସିଏ ରେ ନୂତନ ସମ୍ପାଦକ ଭାବେ ଯୋଗ ଦେଲେ ସଞ୍ଜୟ ବେହେରା ଓ ତାଙ୍କ ପ୍ୟାନେଲ । ତେବେ ଏମାନଙ୍କ କାର୍ଯ୍ୟକାଳ ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ ରହିବ ।

ବାଇଟ: ସଞ୍ଜୟ ବେହେରା( ଓସିଏ ସମ୍ପାଦକ)Body:No needConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.