କଟକ: ମୁମ୍ବାଇ ରୁଟି ଵ୍ୟାଙ୍କ ଢାଞ୍ଚାରେ କଟକରେ ମଧ୍ୟ ଆରମ୍ଭ ହେଲା ରୁଟି ଵ୍ୟାଙ୍କ(Roti Bank in Cuttack)। କଟକରେ ଆରମ୍ଭ ହୋଇଥିଵା ରୁଟି ଵ୍ୟାଙ୍କ ପାଇଁ ମୁମ୍ବାଇର ରୁଟି ଵ୍ୟାଙ୍କ ସହାୟତା ମଧ୍ୟ ଯୋଗାଇ ଦେଇଛି । ଗରିବ ଲୋକଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ଯୋଗାଣ ଦେଵା ଉଦ୍ଦେଶ୍ୟରେ ଏହି ରୁଟି ଵ୍ୟାଙ୍କ ଆରମ୍ଭ କରାଯାଇଛି ।
କଟକରେ ଆସ୍ଥା ଆଲୋକ ଟ୍ରଷ୍ଟର ଵ୍ୟାନର ତଳେ ଏହି ରୁଟି ଵ୍ୟାଙ୍କ କାମ କରିଵ । ପ୍ରାଥମିକ ପର୍ଯ୍ୟାୟରେ କ୍ୟାନସର ହସ୍ପିଟାଲ ସହ ଶିଶୁ ଭଵନ ଭଳି କିଛି ହସ୍ପିଟାଲରେ ଏହି ସେଵା ଆରମ୍ଭ କରାଯିଵ ଵୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହ କୌଣସି ଭୋଜିରେ କିମ୍ବା ହୋଟେଲରେ ଵଳକା ଖାଦ୍ୟ ସଂଗ୍ରହ କରି ଲୋକଙ୍କୁ ସ୍ବାସ୍ଥ୍ୟକର ଢଙ୍ଗରେ ଵିତରଣ କରାଯିଵ ଵୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି ।
ଏହା ବି ପଢନ୍ତୁ: ଆଜିଠୁ ମାଇଁ ଲର୍ଡ ବଦଳରେ ବିଚାରପତିଙ୍କୁ ସମ୍ବୋଧନ କରାଯିବ ସାର !
ପୂର୍ଵତନ ପୋଲିସ ଡିଜି ପ୍ରକାଶ ମିଶ୍ର, ଓପେପା ଅଧ୍ୟକ୍ଷ ଵିନୋଦ ଦାସ, ପୂର୍ଵତନ OPSC ଅଧ୍ୟକ୍ଷ ସତ୍ୟକାମ୍ ମିଶ୍ର , ରୁଚି ଉଦ୍ୟୋଗ ମୁଖ୍ୟ ଶରତ ଚନ୍ଦ୍ର ସାହୁଙ୍କ ଭଳି କଟକର ଵହୁ ଵରିଷ୍ଠ ଓ ପ୍ରତିଷ୍ଠିତ ଲୋକଙ୍କ ସହାୟତାରେ ଏହି ରୁଟି ଵ୍ୟାଙ୍କ ଆରମ୍ଭ ହୋଇଛି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ