ETV Bharat / city

ଏନଡିଏ ଟପ୍ପର ହେଲେ ଓଡିଆ ପୁଅ ରୋନିତ୍‌‌ - Ronit Ranjan Nayak

ଓଡିଆ ପୁଅ ରୋନିତ୍‌ ରଞ୍ଜନ ନାୟକ ଏନଡିଏ ଟପ୍ପର ହୋଇଛନ୍ତି । ଅଧିକ ପଢନ୍ତୁ...

ଓଡିଆ ପୁଅ ରୋନିତ୍
ଓଡିଆ ପୁଅ ରୋନିତ୍
author img

By

Published : Mar 11, 2021, 8:35 AM IST

କଟକ: ଓଡ଼ିଶା ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି ରୋନିତ୍‌ ରଞ୍ଜନ ନାୟକ। ସର୍ବ ଭାରତୀୟ ଏନଡିଏ ( ନ୍ୟାସନାଲ ଡିଫେନ୍ସ ଏକାଡେମୀ) ପରୀକ୍ଷାରେ ଟପ୍ପର୍ ହୋଇଛନ୍ତି ସେ । ସମସ୍ତଙ୍କୁ ପଛରେ ପକାଇ ଓଡ଼ିଆ ପୁଅ ନମ୍ବର ୱାନ୍ ହୋଇଛନ୍ତି । ତେବେ ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଓଡିଆ ପୁଅ ରୋନିତ୍

ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଜଗନ୍ନାଥପୁର ପଞ୍ଚାୟତର ବଚ୍ଛଦା ଗ୍ରାମରେ ରୋନିତଙ୍କ ଘର । ତେବେ ତାଙ୍କର ଏହି ସଫଳତାରେ ମାଆ ଅନ୍ନପୂର୍ଣ୍ଣା ନାୟକ ଓ ଭଉଣୀ ରିଚାସ୍ମିତା ନାୟକ ରୋନିତର ସଫଳତା ପାଇଁ ଖୁସି ବ୍ୟକ୍ତ କରିଛନ୍ତି । ରୋନିତଙ୍କ ବାପା ରଶ୍ମିରଞ୍ଜନ ନାୟକ ନାଭାଲରେ ମାଷ୍ଟର ଅଫ ଚିଫ୍‌ ପେଟି ଅଫିସର ଭାବେ ଗୋଆରେ କାର୍ଯ୍ୟରତ ଅଛନ୍ତି ।

ଏନଡିଏ ଟପ୍ପର ଓଡିଆ ପୁଅ ରୋନିତ୍
ଏନଡିଏ ଟପ୍ପର ଓଡିଆ ପୁଅ ରୋନିତ୍

ରୋନିତ୍ କୋହ୍ଲାପୁର ସ୍ଥିତ ଆର୍ମଡ୍ ଫୋର୍ସ ପ୍ରିପାରେଟୋରୀ ଇନଷ୍ଟିଚ୍ୟୁଟ (AFPI) ର ଶିକ୍ଷା ଲାଭ କରିଥିଲେ।

କଟକରୁ ନାରାୟଣ ସାହୁ, ଇଟିଭ ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.