ETV Bharat / city

ମାନିଲେ ମନ୍ତ୍ରୀ, ଅଭିଭାବକଙ୍କ ଆସ୍ଥା ହରାଉଛି ସରକାରୀ ବିଦ୍ୟାଳୟ - school and mass education

ସରକାରୀ ବିଦ୍ୟାଳୟ ଉପରେ କମୁଛି ଅଭିଭାବକଙ୍କ ଆସ୍ଥା । ଖୋଦ ଗଣଶିକ୍ଷା ମନ୍ତ୍ରୀ ଏକଥାକୁ ଏବେ ସ୍ବୀକାର କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 6, 2019, 12:12 PM IST

କଟକ: ସରକାରୀ ବିଦ୍ୟାଳୟଗୁଡିକରେ ମାଟ୍ରିକ ପରୀକ୍ଷା ଫଳ ନୈରାଶ୍ୟଜନକ ହେବାପରେ ଚିହିକି ଉଠିଛି ଗଣଶିକ୍ଷା ବିଭାଗ । ଆରମ୍ଭ ହୋଇଛି କାରଣ ଖୋଜା । ଯେଉଁ 82ଟି ବିଦ୍ୟାଳୟରେ ଏବର୍ଷ ଫଳ ଶୂନ ରହିଛି, ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଖୋଦ ଗଣଶିକ୍ଷା ମନ୍ତ୍ରୀ ସ୍ବୀକାର କରିଛନ୍ତି, ଏବେ ଅଭିଭାବକଙ୍କ ଆସ୍ଥା ହରାଇବାକୁ ବସିଲାଣି ସରକାରୀ ବିଦ୍ୟାଳୟ ।

ଆଜି ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଗଣଶିକ୍ଷା ମନ୍ତ୍ରୀଙ୍କ ବୈଠକ ହୋଇଥିଲା । ପ୍ରକୃତରେ କାହିଁକି ସରକାରୀ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ରହିଲା ନେଇ, ତାକୁ ନେଇ ତର୍ଜମା ହୋଇଥିଲା । ବୈଠକ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଥିଲେ, ମୁଁ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ସହ ଏ ବିଷୟରେ ଆଗକୁ ଆଲୋଚନା କରିବି । ସମସ୍ତଙ୍କ ମତ ନିଆଯିବ । ଆଗକୁ ଯେପରି ସରକାରୀ ବିଦ୍ୟାଳୟରେ ପାଠପଢା ଉନ୍ନତମାନର ହୋଇପାରିବ, ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସେହିପରି ସରକାରୀ ବିଦ୍ୟାଳୟରେ ସ୍ପୋକନ ଇଂଲିଶ କରିବା ପାଇଁ ପ୍ରସ୍ତାବ ମିଳିଛି । ଏ ବିଷୟରେ ଆଗକୁ ତର୍ଜମା କରାଯିବ । କେଉଁ କାରଣରୁ 82 ବିଦ୍ୟାଳୟରେ ଫଳ ଶୂନ ହେଲା, ତାର ମଧ୍ୟ କାରଣ ଖୋଜା ଚାଲିଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.