ETV Bharat / city

ରେଭେନ୍ସା ବିଶ୍ବବିଦ୍ୟାଳୟକୁ ୧୪ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି

author img

By

Published : Mar 25, 2021, 4:15 PM IST

Updated : Mar 25, 2021, 8:46 PM IST

ରେଭେନ୍ସା ବିଶ୍ବବିଦ୍ୟାଳୟରେ କୋରୋନା ସଂକ୍ରମଣ ଚିହ୍ନଟ ହେବାପରେ ବିଶ୍ବବିଦ୍ୟାଳୟକୁ 14 ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

ravenshaw
ରେଭେନ୍ସା ବିଶ୍ବବିଦ୍ୟାଳୟକୁ ୧୪ ଦିନ ବନ୍ଦ ରଖିବାକୁ ନିଷ୍ପତ୍ତି

କଟକ: 14 ଦିନ ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବିଶ୍ବବିଦ୍ୟାଳୟରେ କୋରୋନା ସଂକ୍ରମଣ ଚିହ୍ନଟ ହେବାପରେ ଏପରି ନିଷ୍ପତ୍ତି ନେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ବନ୍ଦ ସମୟରେ ହୋଇପାରେ ଅନଲାଇନ କ୍ଲାସ ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ବିଶ୍ୱବିଦ୍ୟାଳୟକୁ ୧୪ ଦିନ ପାଇଁ ବନ୍ଦ ରଖିବାକୁ ରେଭେନ୍ସା କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ସମୟ ମଧ୍ୟରେ ହୋଇପାରେ ଅନଲାଇନ କ୍ଲାସ । ସେହିପରି ସମସ୍ତ ହଷ୍ଟେଲ ଖାଲି କରିବାକୁ ବୈଠକରେ ନିଷ୍ପତ୍ତି ନେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । କୌଣସି ଅନ୍ତେବାସୀ ଯେପରି ଛାତ୍ରାବାସରେ ନ ରୁହନ୍ତି, ସେଥିପାଇଁ ସମସ୍ତ ହଷ୍ଟେଲରୁ ବିଦ୍ୟୁତ ସଂଯୋଗକୁ କାଟିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆସନ୍ତାକାଲି(ଶୁକ୍ରବାର) ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସେହିପରି ସମସ୍ତ ପରୀକ୍ଷାକୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ତେବେ ଆଜି(ଗୁରୁବାର) ଦାୟିତ୍ୱରେ ଥିବା କୁଳପତି ବିଶ୍ୱବିଦ୍ୟାଳୟ ଆସିଲେ ଏନେଇ ଘୋଷଣା କରିବେ ବୋଲି ବିଶ୍ୱବିଦ୍ୟାଳୟ ସିସିଡି କହିଛନ୍ତି । ଅନ୍ୟପଟେ ଅନ୍ତେବାସୀଙ୍କ ସ୍ୱାବ ପରୀକ୍ଷା କରାଯାଉଛି । ତେବେ ବିଶ୍ୱବିଦ୍ୟାଳୟରେ କୋରୋନା ଆୟତ୍ତରେ ଥିବା ସିସିଡି କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 25, 2021, 8:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.