ETV Bharat / city

ରେଭେନ୍ସା ଛାତ୍ରୀ ମୃତ୍ୟୁ ଘଟଣା, ତାତିଲେ ଛାତ୍ରଛାତ୍ରୀ

author img

By

Published : Sep 5, 2019, 9:12 PM IST

କଲେଜ ସମ୍ମୁଖରେ ଛାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ । କଲେଜ ଫାଟକରେ ଉତ୍ତେଜନା । କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଗୋଟିଏ ପଟେ ନୂଆ ମଟର ଯାନ ଆଇନକୁ ନେଇ ସାରା ଦେଶରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ସରକାରଙ୍କ ଦାବି ହେଲା ନୂତନ ଆଇନ ଦ୍ବାରା ଦୁର୍ଘଟଣା କମିବ । ଲୋକେ ସୁରକ୍ଷିତ ଯିବା ଆସିବା କରିପାରିବେ । ହେଲେ ଏହି ସମୟରେ କଟକ ରେଭେନ୍ସା ବିଶ୍ବ ବିଦ୍ୟାଳୟ ସମ୍ମୁଖରେ ଏକ ସଡକ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଛାତ୍ରୀ ଜଣଙ୍କ ହେଉଛନ୍ତି ରେଭେନ୍ସା ଅର୍ଥନୀତି ବିଭାଗର ଛାତ୍ରୀ ଅନ୍ନପୂର୍ଣ୍ଣା ଚୌଧୁରୀ । ଏହି ଘଟଣାକୁ କେନ୍ଦ୍ରକରି ୟୁନିଭରସିଟି ଗେଟ ସାମ୍ନାରେ ବିକ୍ଷୋଭ କରିଛନ୍ତି ଛାତ୍ରଛାତ୍ରୀ । ଏହାସହ ତୁରନ୍ତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ପୋଲିସର ଖାମଖିଆଲି ଟ୍ରାଫିକ ପରିଚାଳନାକୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ । କେଉଁ ପରିସ୍ଥିତିରେ ଦିନ ବେଳେ ବେଆଇନ ଭାବେ ସହର ଭିତରକୁ ପୁଣି ରେଭେନ୍ସା ସମ୍ମୁଖକୁ ଏକ ଟ୍ରକ ଆସିଲା ବୋଲି ପ୍ରଶ୍ନ ଉଠାଇଛନ୍ତି । ଯଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବେପୁରୁଆ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଯାଇଛି ଛାତ୍ରୀଙ୍କ ଜୀବନ । କିଏ ଦେବ ତାଙ୍କ ପରିବାର କୁ ନ୍ୟାୟ । ରେଭେନ୍ସା ତାର ଏକ ମେଧାବୀ ଛାତ୍ରୀ ହରାଇଲା । ତେବେ ଏହି କ୍ଷତି ପାଇଁ କେବଳ ଟ୍ରାଫିକ ପୋଲିସ ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ରେଭେନ୍ସା ଛାତ୍ରଛାତ୍ରୀ । ତେବେ ଏହି ଘଟଣା କୁ ନେଇ ୟୁନିଭରସିଟି ଗେଟ ଆଗରେ ବିକ୍ଷୋଭ ପଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ଏହି ଘଟଣା କୁ ଆଖିଆଗରେ ରଖୀ କମିଶନରେଟ ପୋଲିସ ପକ୍ଷରୁ ମାଳ ମାଳ ପୋଲିସ ଛାଉଣୀ କରାଯାଇଛି ।

ସୂଚନା ଅନୁଯାୟୀ , ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ନା ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିଲେ ଅର୍ଥନୀତି ବିଭାଗ ର ଛାତ୍ରୀ ଅର୍ଣ୍ଣପୂର୍ଣା ଚୌଧୁରୀ । ଏହି ଘଟଣା କୁ କେନ୍ଦ୍ରକରି ୟୁନିଭରସିଟି ଗେଟ ସାମ୍ନାରେ ବିକ୍ଷବର ବର୍ଷା କରିଛନ୍ତି ଛାତ୍ରଛାତ୍ରୀ ।

କେବଳ ବେପୁରୁଆ ଟ୍ରାଫିକ ବ୍ୟବସ୍ତା ଯୋଗୁ ଅର୍ଣ୍ଣପୂର୍ଣା ଙ୍କ ବିୟୋଗ ହୋଇଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ତେବେ ନିୟମ ଅନୁସାରେ ଦିନ ଆଠ ରୁ ରାତି 10 ମଧ୍ୟରେ କୌଣସି ଭାରି ଯାନ ସହର ମଧ୍ୟକୁ ପ୍ରବେଶ କରିବନି । ତେବେ କେଉଁ କାରଣ ରୁ ସେ ଟ୍ରକ କଲେଜ ଛକ ରେ ପ୍ରବେଶ କଲା । କୋଉଠି ଥିଲେ ଟ୍ରାଫିକ ବାବୁ । ଏମିତି କିଛି ପ୍ରଶ୍ନ କରିଥିଲେ ସମସ୍ତ ଛାତ୍ରଛାତ୍ରୀ ।

ତେବେ ଯଦି ଏହି ଘଟଣା ର ସମ୍ପୃକ୍ତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆଗାମୀ ଦିନରେ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ।

Body:ବାଇଟ: ଓମ ପ୍ରକାଶ ପଣ୍ଡା( ଆନ୍ଦୋଳନକାରୀ ଛାତ୍ର)

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.