କଟକ: ଇଦ ପାଇଁ ମସଜିଦରେ ସମୂହ ନମାଜ ପାଠ ଉପରେ କଟକଣା ଲାଗୁ କରାଯାଇଛି। ୫ ଜଣରୁ ଅଧିକ ଲୋକ ମସଜିଦକୁ ଯାଇପାରିବେ ନାହିଁ। କୋରୋନା ପାଇଁ ଏଥର ମସଜିଦରେ ଏହି କଟକଣା ଲାଗୁ କରିଛି କମିଶନରେଟ ପୋଲିସ ।
ଇଦ ପାଇଁ ସହରରେ ବ୍ୟାପକ ପୋଲିସ ମୃତୟନ କରାଯିବ । ପ୍ରତ୍ୟକ ମସଜିଦରେ ପୋଲିସ ମୃତୟନ କରାଯିବା ସହ ସହରର ପ୍ରତି ଗଳି କନ୍ଦିରେ ପୋଲିସ ପାଟ୍ରୋଲିଂ କଡାକଡି କରାଯିବ ବୋଲି କହିଛନ୍ତି କଟକ ଡିସିପି ଅଖିଲେଶ୍ଵର ସିଂହ। ସେହିପରି ଘରେ ରହି ସାମାଜିକ ଦୂରତା ବଜାୟ ରଖି ନମାଜ ପାଠ କରିବାକୁ କଟକ ଡିସିପି ଅନୁରୋଧ କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ