ETV Bharat / city

ଜଳବନ୍ଦୀଙ୍କ ଘରେ ପହଞ୍ଚିଛି ରିଲିଫ: CMC କମିଶନର - କଟକବାସୀଙ୍କୁ ରିଲିଫ୍ ସାମଗ୍ରୀ

ଲଘୁଚାପଜନିତ ପ୍ରବଳ ବର୍ଷାରେ ସିଲଭର ସିଟି କଟକର ହାଲ୍‌ ବେହାଲ ହୋଇଛି । ସହରରୁ ଜଳ ନିଷ୍କାସନ ପାଇଁ ବ୍ୟାପକ ପମ୍ପ୍‌ସେଟ୍ ବ୍ୟବସ୍ଥା କରିଛି ସିଏମସି । ଏହାକୁ ନେଇ ସିଏମସି କମିଶନର ଅନନ୍ୟା ଦାସ ସ୍ପଷ୍ଟ କରିଛନ୍ତି । ଅଧିକ ପଢ଼ନ୍ତୁ...

ଜଳବନ୍ଦୀଙ୍କ ଘରେ ପହଞ୍ଚିଛି ରିଲିଫ ସିଏମସି କମିଶନର

author img

By

Published : Sep 14, 2021, 4:33 PM IST

Updated : Sep 14, 2021, 4:42 PM IST

କଟକ: ଲଘୁଚାପଜନିତ ପ୍ରବଳ ବର୍ଷାରେ ସିଲଭର ସିଟି କଟକର ହାଲ୍‌ ବେହାଲ ହୋଇଛି । ରାସ୍ତା ଉପରେ ବର୍ଷା ଜଳ ଲହଡ଼ି ମାରୁଥିବା ଦେଖା ଦେଇଛି । ଫଳରେ କଟକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ସହରର ତଳିଆ ଅଞ୍ଚଳରେ ରହୁଥିବା ଲୋକ ମାନଙ୍କ ଘରେ ପାଣି ପଶିଛି । କଟକର ତଳିଆ ଅଞ୍ଚଳରେ ଲୋକେ ଜୀବନ ନିର୍ବାହ କରିବାକୁ ଅସମର୍ଥ ହୋଇଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କ ପାଖରେ ପହଞ୍ଚିଛି ପ୍ରଶାସନ । ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କ ପାଇଁ ରିଲଫ ସାମଗ୍ରୀ ଯୋଗାଇ ଦିଆଯାଉଛି ।

ଜଳବନ୍ଦୀଙ୍କ ଘରେ ପହଞ୍ଚିଛି ରିଲିଫ ସିଏମସି କମିଶନର

ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିବା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସିଏମସି ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଛି । ସହରରୁ ଜଳ ନିଷ୍କାସନ ପାଇଁ ବ୍ୟାପକ ପମ୍ପ୍‌ସେଟ୍ ବ୍ୟବସ୍ଥା କରିଛି ସିଏମସି । ଏହାକୁ ନେଇ ସିଏମସି କମିଶନର ଅନନ୍ୟା ଦାସ ସ୍ପଷ୍ଟ କରିଛନ୍ତି । ଗତ ଦୁଇ ଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲା । ଫଳରେ ସାଧାରଣ ଜନତା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ଅଞ୍ଚଳରେ ପାଣି ଭର୍ତ୍ତି ହୋଇଛି । କଟକ ମଧ୍ୟ ଏହି ତାଲିକାରେ ସାମିଲ ରହିଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟଭି ଭାରତ

Last Updated : Sep 14, 2021, 4:42 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.