କଟକ: ଭାଇଚାରାର ସହର କଟକରେ ଆତଙ୍କ ଖେଳାଇଛି ସାଇକୋ କିଲର । ସମାନ ଢଙ୍ଗରେ, ସମାନ ଶ୍ରେଣୀର ଲୋକଙ୍କୁ ଟାର୍ଗେଟ କରୁଛି ଏହି ସାଇକୋ କିଲର । ତେବେ କିଏ ସେ ସାଇକୋ କିଲର ? ଯାହା ପାଇଁ ହଜିଛି କମିଶନରେଟ ପୋଲିସର ନିଦ । ଖୁବ ଶୀଘ୍ର ସାଇକୋ କିଲରକୁ ଧରିବା ନେଇ କହିଛନ୍ତି କଟକ ଡିସିପି ଅଖିଳେଶ୍ବର ସିଂ ।
କଟକରେ 3ଜଣଙ୍କୁ ହତ୍ୟା କରିବା ପରେ ସହରରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ଫୁଟଫାଥରେ ରକ୍ତର ହୋଲି ଖେଳୁଥିବା ହତ୍ୟାକାରୀକୁ ଧରିବା ପାଇଁ କମିଶନରେଟ ପୋଲିସ ଜୋରଦାର ପାଟ୍ରୋଲିଂ କରୁଛି । ଆଗକୁ ଯେମିତି ହତ୍ୟାର ଶିକାର ନ ହୁଏ ସେଥିପାଇଁ ସଜାଗ ଅଛି ପୋଲିସ । ଖୁବ କମ୍ ଦିନରେ ହତ୍ୟାକାରୀକୁ ଧରାଯିବ ବୋଲି ଡିସିପି କହିଛନ୍ତି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ