ETV Bharat / city

ସୁବାସ ସିଂଙ୍କ ମନ୍ତବ୍ୟକୁ ନେଇ ବିବାଦ, ନବରଙ୍ଗପୁରରେ କୁଶ ପୁତ୍ତଳିକା ଦାହ - କଟକ ମେୟର ସୁବାସ ସିଂ

ନବରଙ୍ଗପୁରରେ ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ । କୁଶପୁତ୍ତଳିକା ଦାହ କରିଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ

କଟକ ମେୟର ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ
କଟକ ମେୟର ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ
author img

By

Published : May 23, 2022, 3:57 PM IST

ନବରଙ୍ଗପୁର : ନବରଙ୍ଗପୁରରେ ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ । କୁଶପୁତ୍ତଳିକା ଦାହ କରିଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ । କାମ କର ନଚେତ ମାଲକାନଗିରି ବଦଳି ହୁଅ ମହାନଗର ନିଗମ କର୍ମଚାରୀଙ୍କୁ କଟକ ନୂତନ ମେୟର ସୁବାସ ସିଂଙ୍କର ଏଭଳି ମନ୍ତବ୍ୟ ଦେବା ଏବେ ଭାରି ପଡ଼ିଛି । ଏହାକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ମାଲକାନଗିରିକୁ କଳାପାଣି ଭଳି ତୁଳନା କରାଯିବାକୁ ଦୃଢ଼ ନିନ୍ଦା କରିଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ । ଏହା ଅବିଭକ୍ତ କୋରାପୁଟ ଜିଲ୍ଲା ପ୍ରତି ଏକ ଅପମାନ ବୋଲି କହିଛି ଜିଲ୍ଲା କଂଗ୍ରେସ ।

କଟକ ମେୟର ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ

ଏନେଇ ମେୟର ସୁବାସ ସିଂଙ୍କ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ କୁଶପୁତ୍ତଳିକା ଦାହ କରି ଦୃଢ଼ ପ୍ରତିବାଦ ଜଣାଇଛି । ଜିଲ୍ଲା ସଭାପତି ମୁନ୍ନା ତ୍ରିପାଠୀଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥରେ ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ଏଥିସହ ମେୟର ସୁବାସ ସିଂଙ୍କୁ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛି ଜିଲ୍ଲା କଂଗ୍ରେସ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.