ETV Bharat / city

SCB କୋଭିଡ ସେଣ୍ଟରରେ ରୋଗୀ ମୃତ୍ୟ ନେଇ ଉତ୍ତେଜନା - ଏସସିବିରେ ଉତ୍ତେଜନା

କଟକ ଏସସିବି କୋଭିଡ ସେଣ୍ଟରରେ ଜଣେ ମହିଳାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କ ଉତ୍ତେଜନା । ଅଧିକ ପଢନ୍ତୁ...

ଏସସିବିରେ ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା
ଏସିବି ରେ ରୋଗୀ ମୃତ୍ୟ କୁ ନେଇ ଉତେଜନା
author img

By

Published : Dec 18, 2020, 9:36 PM IST

କଟକ: ଏସସିବିରେ ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା । ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟ ହେବାପରେ ପରିବାରବର୍ଗଙ୍କ ପକ୍ଷରୁ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ଏଥିସହ ପରିବାର ଲୋକେ ମଧ୍ୟ ଡାକ୍ତରଖାନା କର୍ମଚାରୀଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମୃତବ୍ୟକ୍ତି ପିନ୍ଧିଥିବା ଅଳଙ୍କାର ଗାଏବ ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଏସସିବିରେ ରୋଗୀ ମୃତ୍ୟକୁ ନେଇ ଉତ୍ତେଜନା

ସୂଚନା ଅନୁଯାୟୀ କଟକ ବଡ ଡାକ୍ତରଖାନା ଏସସିବି କୋଭିଡ ସେଣ୍ଟରରେ ଚିକିତ୍ସା ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର ଏକ ଘଣ୍ଚା ପରେ ସମ୍ପର୍କୀୟଙ୍କୁ ଖବର ଦିଆଯାଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ମୃତ ମହିଳାଙ୍କ ବୋହୂଙ୍କ ଅଭିଯୋଗ ଅନୁଯାୟୀ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ନିଜକାମ ନିଜେ କରିପାରୁଥିଲେ । ହଠାତ୍ ତାଙ୍କର ମୃତ୍ୟ କେମିତି ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଏସସିବି କୋଭିଡ୍ ସେଣ୍ଟରରେ ସଠିକ୍ ଚିକିତ୍ସା ହେଉନଥିବା କହିବା ସହ ଆଉ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ କରିଛନ୍ତି ମୃତକଙ୍କ ବୋହୂ । ମୃତବ୍ୟକ୍ତି ପିନ୍ଧିଥିବା ଅଳଙ୍କାର ଗାଏବ ହୋଇଯାଇଥିବା ସେ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.