କଟକ: ସୋମବାର ଠୁ ରାଜ୍ୟରେ ଗଡି଼ବ ଘରୋଇ ବସ । ସୂଚନା ଦେଲେ ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ । ସରକାରଙ୍କ ନିକଟରେ ଯେଉଁ ଦାବି ରହିଥିଲା ତାହା ସଫଳ ହେଲା ପରେ ଏପରି ସକାରାତ୍ମକ ନିଷ୍ପତ୍ତି ନେଇଛି ଘରୋଇ ବସ ମାଲିକ ସଙ୍ଘ ।

ସୋମବାର ଠାରୁ ରାଜ୍ୟର ସମସ୍ତ ରୁଟରେ ଗଡ଼ିବ ବସ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ନିଷ୍ପତି ନେଲା ବସ ମାଲିକ ସଂଘ । ପୂର୍ବରୁ ସରକାର ରାଜ୍ୟ ମଧ୍ୟରେ ବସ ଚଳାଚଳ ପାଇଁ ଅନୁମତି ଦେଇଥିଲେ କିନ୍ତୁ ବିଭିନ୍ନ ଦାବି ଉପସ୍ଥାପନ କରି ବସ ଚଳାଇବାକୁ ଅମଙ୍ଗ ଥିଲା ବସ ମାଲିକ ସଂଘ ।

ବସ ମାଲିକ ମାନଙ୍କୁ କୋଅପରେଟିଭ ବ୍ୟାଙ୍କ ଜରିଆରେ ଦିଆଯିବ ଋଣ । ବସର କର୍ମଚାରୀଙ୍କୁ ବି ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଏନେଇ ସରକାରଙ୍କ ପ୍ରତିଶୃତି ପରେ ବସ ଚଳାଚଳ ପାଇଁ ସମ୍ମତି ପ୍ରକାଶ କଲା ବସ ମାଲିକ ସଂଘ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସଭାପତି ଦେବେନ୍ଦ୍ର ସାହୁଙ୍କ ସୁଚନା ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ