ETV Bharat / city

କଟକରେ ପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

ଆକାଶ ଛୁଆଁ ରହିଛି ପରିବା ଦର । ତେଣୁ ଚିନ୍ତାରେ ପଡିଛନ୍ତି ଖାଉଟିମାନେ । ବଜାରରୁ କ’ଣ କିଣିବେ କ’ଣ ନାହିଁ ତାହା ସ୍ଥିର କରିପାରୁ ନାହାନ୍ତି । ଅଧିକ ପଢନ୍ତୁ...

author img

By

Published : Sep 30, 2021, 10:44 PM IST

ପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି
ପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

କଟକ: ମାସେ ପରେ କମିବ ପରିବା ଦର । ହେଲେ ବର୍ତ୍ତମାନ ଆକାଶ ଛୁଆଁ ରହିଛି ପରିବା ଦର । ତେଣୁ ଚିନ୍ତାରେ ପଡିଛନ୍ତି ଖାଉଟିମାନେ। ବଜାରରୁ କ’ଣ କିଣିବେ କଣ ନାହିଁ, ତାହା ସ୍ଥିର କରିପାରୁ ନାହାନ୍ତି । ପରିବା ସବୁ ଏବେ କେବଳ ଦେଖିବା ହିଁ ସାର । କୋଭିଡ ମଧ୍ୟରେ ଆର୍ଥିକ ଅନଟନ ଯୋଗୁଁ ଖାଉଟିଙ୍କ ପାଇଁ ଆକାଶ ଛୁଆଁ ଦରରେ ପରିବା କିଣି ଖାଇବା ହୋଇପଡୁଛି କଷ୍ଟ।

ପରିବା ଦର ଆକାଶ ଛୁଆଁ, ଚିନ୍ତାରେ ଖାଉଟି

ତେବେ କହିବାକୁ ଗଲେ ପୋଟଳ, କଲରା, ବାଇଗଣ, ଆଳୁ ପିଆଜ ସବୁ ପରିବା ଦର ବୃଦ୍ଧି ପାଇଛି । ତେବେ ଏହାର କାରଣ ମୌସୁମୀ ଜନିତ ବର୍ଷା ବୋଲି ସ୍ପଷ୍ଟ କରିଛି ଛତ୍ରବଜାର ବ୍ୟବସାୟୀ ସଙ୍ଗ। ଏହାସହ ଦୁତିୟା ଘାଣ୍ଟ ଥିବାରୁ ପରିବା ଦର ଉଚ୍ଚ ରହିଛି । ଆଉ ଆଗାମୀ ଏକ ମାସ ମଧ୍ୟରେ ପରିବା ଦର କମି ନପାରେ ବୋଲି ଛତ୍ର ବଜାର ବ୍ୟବସାୟୀ ସଂଘ ସମ୍ପାଦକ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.