କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଜମି ହଡ଼ପକୁ ନେଇ ତେଜିଲା ରାଜନୀତି (Politics over land Acquisition at ravenshaw university ) । ବିଶ୍ୱବିଦ୍ୟାଳୟକୁ ନେଇ ଜିଲ୍ଲା ପ୍ରସାଶନ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ରାଜନୀତି କରୁଥିବା ଦାବି କରିଛନ୍ତି ରେଭେନ୍ସା ବିକାଶ ଅଭିଯାନ । ରେଭେନ୍ସା ପଛ ପଟେ ଥିବା ଏକର ଏକର ଜମିକୁ ଚକ୍ରାନ୍ତ କରି ଏକ ପରିବା ମାର୍କଟ କରିବା ପାଇଁ ସ୍ୱପ୍ନ ଦେଖୁଛନ୍ତି ଜିଲ୍ଲାପାଳ ଓ ଆରଡିସି ।
ତେବେ ଏହାକୁ ସମ୍ପୂର୍ଣ୍ଣ ବିରୋଧ କରିବା ସହ ଆରଡିସି ଙ୍କ ଜରିଆରେ ମୁଖ୍ୟ ଶାସନ ସଚିବ ଙ୍କୁ ଦାବି ଜଣାଇଛି ରେଭେନ୍ସା ବିକାଶ ଅଭିଯାନ । ଏହି ଦିଗରେ ଯଦି ନ୍ୟାୟ ନମିଳେ ତେବେ ବାଧ୍ୟ ହୋଇ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛି ଅଭିଯାନ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ