ETV Bharat / city

ଖାକିରେ କଳଙ୍କ ! ନାବାଳକଠୁ ପୋଲିସ ଟଙ୍କା ଲୁଟି ନେଇଥିବା ଅଭିଯୋଗ

author img

By

Published : Jun 13, 2022, 10:13 AM IST

ବାରବାଟୀରେ ଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ଟି20 ମ୍ୟାଚ ଚାଲୁଥିବା ସମୟରେ ଜଣେ ବୁଲା ବ୍ୟବସାୟୀଙ୍କ ଠାରୁ ଏକ ହଜାର ଟଙ୍କା ଲୁଟି ନେଇଗଲେ ଜଣେ ପୋଲିସ କର୍ମଚାରୀ । ଜଣେ ନାବାଳକ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଅଧିକ ପଢ଼ନ୍ତୁ

unknown police officer one thousand loot from shopkeeper in t20 match
ବାରବାଟୀ ମ୍ୟାଚ: ନାବାଳକ ବ୍ୟବସାୟୀଙ୍କଠୁ 1 ହଜାର ଲୁଟିନେଲେ ପୋଲିସ କର୍ମଚାରୀ

କଟକ: ଗତକାଲି ବାରବାଟୀରେ ଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ଟି20 ମ୍ୟାଚ ଦେଖିବାକୁ ଲକ୍ଷଲକ୍ଷ ଦର୍ଶକଙ୍କ ଭିଡ଼ ଜମିଥିଲା । ଏହି ପରିପ୍ରେକ୍ଷୀରେ ଭଲ ରୋଜଗାର ପାଇଁ ବୁଲା ବ୍ୟବସାୟୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଗତକାଲି ମ୍ୟାଚ ଚାଲୁଥିବା ସମୟରେ ଜଣେ ବୁଲା ବ୍ୟବସାୟୀଙ୍କ ଠାରୁ ଏକ ହଜାର ଟଙ୍କା ଲୁଟି ନେଇଗଲେ ଜଣେ ପୋଲିସ କର୍ମଚାରୀ । ଜଣେ ନାବାଳକ ବ୍ୟବସାୟୀ ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଜଣେ ଅଜଣା ପୋଲିସ କର୍ମଚାରୀ କିଛି ପ୍ଲାକାର୍ଡ ଏବଂ ମୁହଁରେ ତ୍ରିରଙ୍ଗା କରିବାକୁ ନାବାଳକକୁ କହିଥିଲେ । ସେ ତାଙ୍କ ମୁହଁରେ ତ୍ରିରଙ୍ଗା ଚିତ୍ର କରିଥିଲେ ଆଉ ପ୍ଲାକାର୍ଡ ମଧ୍ୟ ଦେଇଥିଲେ । ଏଥିପାଇଁ ସର୍ବମୋଟ ୨ଶହ ଟଙ୍କା ହୋଇଥିଲା । ୨ଶହ ଟଙ୍କା ଦେବା ପରିବର୍ତ୍ତେ ,ବ୍ୟକ୍ତି ଜଣକ ଏକ ହଜାର ଟଙ୍କାର ଚେଞ୍ଜ ଦେବାକୁ କହିଥିଲେ । ଅର୍ଥାତ ୮ଶହ ଟଙ୍କା ଦେଲେ ବ୍ୟକ୍ତି ଜଣକ ଏକ ହଜାର ଟଙ୍କା ଦେବେ ବୋଲି ନାବାଳକ ଜଣକୁ କହିଥିଲେ । ନାବାଳକ ଜଣକ ପୋଲିସ କର୍ମଚାରୀଙ୍କୁ ଭରସା କରି ୮ ଶହ ଟଙ୍କା ବଢାଇ ଦେଇଥିଲେ ଏବଂ ଏକ ଦୋକାନକୁ ଆସି ୧ ହଜାର ଟଙ୍କା ନେବାକୁ ଡାକିଥିଲେ । ଏହାପରେ ଉକ୍ତ ପୋଲିସ କର୍ମଚାରୀ ଜଣକ କେଉଁଆଡ଼େ ଫେରାର ହୋଇଯାଇଥିଲେ । ନାବାଳକଟି ତାଙ୍କୁ ଯେତେ ଖୋଜା ଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ତେବେ ଗତକାଲି ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲେ ମଧ୍ୟ ଏଭଳି ଘଟଣାନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.