ETV Bharat / city

IND VS SA: ଷ୍ଟାଡିୟମରେ ସୁରକ୍ଷା ସ୍ଥିତି ଯାଞ୍ଚ କଲେ DG ସୁନୀଲ ବଂଶଲ - ଭାରତ ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି

ବାରବାଟୀ ବ୍ୟାଟେଲକୁ ଆଉ ୨ ଦିନ । ଏ ନେଇ ବାରବାଟୀ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ । ଆଜି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଅଧିକ ପଢନ୍ତୁ

ଷ୍ଟାଡିୟମରେ ସୁରକ୍ଷା ସ୍ଥିତି ଯାଞ୍ଚ କଲେ DG ସୁନୀଲ ବଂଶଲ

author img

By

Published : Jun 10, 2022, 1:41 PM IST

କଟକ: ବାରବାଟୀ ବ୍ୟାଟେଲକୁ ଆଉ ୨ ଦିନ । ଏ ନେଇ ବାରବାଟୀ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ । ଆଜି ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଷ୍ଟାଡିୟମ ବୁଲି ଦେଖିଛନ୍ତି ପୋଲିସ ଡିଜି । ମ୍ୟାଚ୍‌ ସମୟରେ ମୁଖ୍ୟମନ୍ତ୍ରୀ ବେଲ୍‌ ବଜାଇ ମ୍ୟାଚ୍‌କୁ ଶୁଭାରମ୍ଭ କରିବାର ସୂଚୀ ରହିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଆଜି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଡିଜି । ଏହାସହ ଖେଳାଳିଙ୍କ ଆସିବା ଯିବା, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ଦର୍ଶକଙ୍କ ସୁରକ୍ଷା ପାଇଁ ବ୍ୟାପକ ପରିମାଣର ପୋଲିସ ଫୋର୍ସ ମୁତୟନ କରାଯିବ ।

ଷ୍ଟାଡିୟମରେ ସୁରକ୍ଷା ସ୍ଥିତି ଯାଞ୍ଚ କଲେ DG ସୁନୀଲ ବଂଶଲ

ଏନେଇ ଗୋଟିଏ ମାସ ପୁର୍ବରୁ ମ୍ୟାଚ ସୁପରିଚାଳନା ପାଇଁ ଓଡିଶା ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା । ଶାନ୍ତି ଶୃଙ୍ଖଳାର ସହିତ ମ୍ୟାଚ ଦେଖିବାକୁ ଅନୁରୋଧ କରିଛନ୍ତି ଡିଜି । ମ୍ୟାଚ୍‌ ସମୟରେ ଯେପରି କୌଣସି ଅସୁବିଧା ନ ହୁଏ ସେନେଇ ଓଡିଶା ପୋଲିସ ପ୍ରସ୍ତୁତ ରହିଛି । ମ୍ୟାଚକୁ ଦୁଇ ଦିନ ବାକି ରହିଥିଲା ବେଳେ ଏହି ମ୍ୟାଚକୁ ସୁପରିଚାଳନା କରିବ ଓଡିଶା ପୋଲିସ । ସୁରକ୍ଷା ସମୀକ୍ଷାରେ ପୋଲିସ କମିଶନର, ଏଡିଜି, କଟକ ଡିସିପି, ଜିଲ୍ଲାପାଳ ଏବଂ ସିଏମସି କମିଶନର ଉପସ୍ଥିତ ଥିଲେ । ଆଉ କିଛି ସମୟରେ ଭୁବେଶ୍ବରରେ ପହଞ୍ଚିବେ ଦୁଇ ଦଳର ଖେଳାଳି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.