କଟକ: ଦୀପାବଳି ଅବସରରେ ରବିବାର ଗାଁ ଠୁ ସହର ଉତ୍ସବ ମୁଖର ହୋଇଥିବା ବେଳେ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ବିଡାନାସି ସ୍ଥିତ ବସୁନ୍ଧରାରେ ରହୁଥିବା ନିରାଶ୍ରୟୀ ପିଲାଙ୍କ ସହ ସମୟ କଟାଇଛନ୍ତି। ସେ ପିଲାଙ୍କୁ ବିସ୍କୁଟ ଚକେଲେଟ ପ୍ରଦାନ କରି ସେମାନଙ୍କ ଦୁଃଖସୁଖ ପଚାରି ବୁଝିଛନ୍ତି।
ଏହି ପିଲାଙ୍କ ଉଜ୍ବଳ ଭବିଷ୍ୟତ ମଧ୍ୟ କାମନା କରିଛନ୍ତି ସେ । ତେବେ ସମାଜର ପରିବର୍ତ୍ତନ ସେତେବେଳେ ହେବ ଯେତେବେଳେ ଏହି କୁନି କୁନି ପିଲାଙ୍କ ଭବିଷ୍ୟ ଉଜ୍ଵଳ ହେବ। ଅନ୍ୟପଟେ ବସୁନ୍ଧରା ରହୁଥିବା ପିଲା ପୋଲିସଙ୍କୁ ଦେଖି ଡରି ନଯାଇ ସେମାନଙ୍କୁ ଭାଇ ଭାଇ ବୋଲି ସମ୍ବୋଧନ କରିଥିଲେ । ଯାହାକୁ ଦେଖି ଆତ୍ମହରା ହୋଇଥିଲେ ପୋଲିସ କମିଶନର।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ