ETV Bharat / city

ରାଜ୍ୟରେ ପ୍ଲାଜମା ଥେରାପିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ମିଳିବ ସେବା - plasma therapy started in odisha

ରାଜ୍ୟରେ ଆରମ୍ଭ ହେଲା ପ୍ଲାଜମା ଥେରାପି । ମହମାରୀ ମୁକାବିଲା ପାଇଁ ପ୍ଲାଜମା ଥେରାପି ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହି ସେବା ସମ୍ପୂର୍ଣ୍ଣ ମାଗଣା । ଅଧିକ ପଢନ୍ତୁ...

ରାଜ୍ୟରେ ପ୍ଲାଜମା ଥେରାପିର ଶୁଭାରମ୍ଭ, ମାଗଣାରେ ମିଳିବ ପ୍ଲାଜମା

author img

By

Published : Jul 15, 2020, 7:17 PM IST

କଟକ: କୋରୋନା ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇଲା ରାଜ୍ୟ । ରାଜ୍ୟରେ ଶୁଭାରମ୍ଭ ହେଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ପ୍ଲାଜମା ବ୍ୟାଙ୍କର ଶୁଭାରମ୍ଭ କରିଛନ୍ତି । ବୁଧବାରଠୁ ରାଜ୍ୟର ତିନୋଟି କୋଭିଡ ମେଡିକାଲରେ ଉପଲବ୍ଧ ହେବ ପ୍ଲାଜମା ଥେରାପି ସେବା । ପ୍ଲାଜମା ଥେରାପି ପାଇଁ ଏସସିବି ହେବ ହବ ସେଣ୍ଟର । ତେବେ ଏହି ସେବା ସମ୍ପୂର୍ଣ୍ଣ ମାଗଣା ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

କୋରୋନା ଆକ୍ରାନ୍ତଙ୍କୁ ମାଗଣାରେ ପ୍ଲାଜମା ଥେରାପି ଦିଆଯିବ । ତେବେ ରାଜ୍ୟରେ କ୍ରମାଗତ ଭାବେ କୋରୋନା ଆକ୍ରାନ୍ତ ବଢି ଚାଲିଥିବା ବେଳେ କୋରୋନାକୁ ହରାଇବାରେ ପ୍ଲାଜମା ଥେରାପି ବଡ ପ୍ରଭାବ ପକାଇବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ କୋରୋନା ରୋଗୀଙ୍କୁ ବଞ୍ଚାଇବାରେ ପ୍ଲାଜମା ଥେରାପି ବେଶ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଦଘାଟନୀ ଅବସରରେ ପ୍ଲାଜମା ଦାନ ପାଇଁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ପ୍ଲାଜମା ଥେରାପି ଅନେକ ପ୍ରଭାବଶାଳୀ ହେବ ।

ରାଜ୍ୟରେ ପ୍ଲାଜମା ଥେରାପିର ଶୁଭାରମ୍ଭ, ମାଗଣାରେ ମିଳିବ ପ୍ଲାଜମା

ତେବେ ପ୍ଲାଜମା ଥେରାପି ଚିକିତ୍ସାରେ ଓଡିଶା ତୃତୀୟ ରାଜ୍ୟ । ପୂର୍ବରୁ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଏହି ସେବା ଆରମ୍ଭ ହୋଇଛି । ଏହି ଅବସରରେ ଏସସିବିର ଡାକ୍ତର ଚିତ୍ତ ଭୂଷଣ ପଣ୍ଡାଙ୍କ ସହ 4ଜଣ ପ୍ଲାଜମା ଦାନ କରିଛନ୍ତି । ରାଜ୍ୟରେ ହୁହୁ ହୋଇ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ରେକର୍ଡ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଯାହାକୁ ଦୃଷ୍ଟିରେ ନିକଟରେ ପ୍ଲାଜମା ଥେରାପି ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.