ETV Bharat / city

ରଥଯାତ୍ରା ପ୍ରସାରଣର ନିଲାମକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

author img

By

Published : Jun 11, 2019, 12:58 AM IST

ରଥଯାତ୍ରା ପ୍ରସାରଣର ନିଲାମକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଆଇନଜୀବୀ ପ୍ରସନ୍ନ ଦାସ ଏନେଇ ସୋମବାର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ପୁରୀରେ ରଥଯାତ୍ରା ପ୍ରସାରଣର ନିଲାମକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ପ୍ରସନ୍ନ ଦାସ ଏନେଇ ସୋମବାର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରଥଯାତ୍ରାର ପ୍ରସାରଣ ପାଇ ଯେଉଁ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଛି ତାହା ମନ୍ଦିର ଆଇନକୁ ଉଲ୍ଲଂଘନ କରୁଥିବା ନେଇ ମାମଲାରେ ଦର୍ଶାଯାଇଛି । ମାମଲାରେ ମନ୍ଦିର ମୁଖ୍ୟ ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ତେବେ ପ୍ରସାରଣ ପାଇଁ ନିଲାମ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

କଟକ: ପୁରୀରେ ରଥଯାତ୍ରା ପ୍ରସାରଣର ନିଲାମକୁ ବିରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା । ଆଇନଜୀବୀ ପ୍ରସନ୍ନ ଦାସ ଏନେଇ ସୋମବାର ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ରଥଯାତ୍ରାର ପ୍ରସାରଣ ପାଇ ଯେଉଁ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଛି ତାହା ମନ୍ଦିର ଆଇନକୁ ଉଲ୍ଲଂଘନ କରୁଥିବା ନେଇ ମାମଲାରେ ଦର୍ଶାଯାଇଛି । ମାମଲାରେ ମନ୍ଦିର ମୁଖ୍ୟ ପ୍ରଶାସନ ଓ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି । ତେବେ ପ୍ରସାରଣ ପାଇଁ ନିଲାମ ବିଜ୍ଞପ୍ତିକୁ ରଦ୍ଦ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ଭୁବନେଶ୍ୱର:ଜଳବାୟ ପରିବର୍ତ୍ତନ ତଥା ଜଙ୍ଗଲ ହ୍ରାସ ଫଳରେ ଦିନକୁ ଦିନ ବର୍ଷାର ପରିମାଣ କମ ହେବାରେ ଲାଗିଛି।ଫଳରେ ବର୍ଷକୁ ହେଉଥିବା ବର୍ଷା ବର୍ଷା ଦିନର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।ଫଳରେ କମ ଦିନ ଭିତରେ ଯେଉଁ ବର୍ଷା ପୃଥିବୀ ବକ୍ଷ ରେ ହେଉଛି ତାହା ଅନେକ ପରିମାଣରେ ସମୁଦ୍ରକୁ ଚାଲି ଯିବା ଫଳରେ ଅନେକ ସମୟରେ ନଦୀଶଯ୍ୟା ଶୁଖିଲା ରହୁଛି।ଫଳରେ ଭୂତଳ ଜଳ ସ୍ତର ମଧ୍ୟ ହ୍ରାସ ପାଇବା ସହିତ ଜଳ ଉପରେ ନିର୍ଭର କରି ବଢ଼ୁଥିବା ଜଙ୍ଗଲ ମଧ୍ୟ ହ୍ରାସ ହେବାରେ ଲାଗିଛି।ସେହିପରି ନଦୀ ଶଯ୍ୟାର ଜଳ ଧାରଣ କ୍ଷେତ୍ର ହ୍ରାସ ପାଇବା ,ନଦୀ ସ୍ରୋତକୁ ଅବରୋଧ କରି ଡ୍ୟାମ ଓ ବନ୍ଧ ନିର୍ମାଣ,ଶିଳ୍ପାୟନ ପାଇଁ ନଦୀଜଳ ଶୋଷଣ କରିବା ଆଦି ଫଳରେ ବିଭିନ୍ନ ସମୟରେ ମରୁଡି ଓ ବନ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି।
ଏ ସବୁକୁ ଦୃଷ୍ଟିରେ ରଖି ଏହାର ସୁଦୂର ପ୍ରସାରି ସମାଧାନ ଲାଗି କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସାରା ଦେଶରେ ଏହାର ପୁନଃ ସ୍ଥପନା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ମହାନଦୀ ଅବବାହିକା ଓ ଗୋଦାବରୀ ଅବବାହିକା ରେ କିପରି ଏହାକୁ କାର୍ଯ୍ୟକାରୀ କରାଯିବା ସହିତ ସୁଫଳ ହାସଲ କରାଯାଇ ପାରିବ ସେନେଇ ଏକ କର୍ମଶାଳା ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଛି ।ଓଡିଶା  ଜଙ୍ଗଲ ଓ ପରିବେଶ ବିଭାଗ ସହବନ୍ଧିତାରେ ରାଞ୍ଚି ଓ ହାଇଦ୍ରାବାଦ ର ଦୁଇ ଅନୁଷ୍ଠାନ ପକ୍ଷରୁ ଏନେଇ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ଆରମ୍ଭ କରିଛନ୍ତି।ଯେଉଁଥିରେ ସରକାରଙ୍କ ବିଭିନ୍ନ ବିଭାଗ ସହିତ ସେହି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତିଙ୍କ ମତାମତ ଗ୍ରହଣ ସହ ବିଶଦ ଆଲୋଚନା ହୋଇଛି।ଏହି ଅବସରରେ ଜଙ୍ଗଲ ଓ ପରିବେଶ ବିଭାଗ ର ମୁଖ୍ୟ ସାଶନ ସଚିବ କହିଛନ୍ତି କି ଏହା ପ୍ରାଥମିକ ସ୍ତରରେ ଅଛି ।ଏନେଇ  ଖର୍ଚ୍ଚ ହେବାକୁ ଥିବା ଅର୍ଥ କେଉଁଠୁ ଆସିବ ତାହା ପରବର୍ତ୍ତୀ ଅବସ୍ଥାରେ ବିଚାର କରାଯିବ।ଯେହେତୁ ଏହା ସାମ୍ପ୍ରତିକ ପରିସ୍ଥିତି ରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଉପରେ ସମସ୍ତେ ମିଳିମିଶି କାମ କରିବା ଦରକାର ବୋଲି ସେ କହିଛନ୍ତି।ସେହିପରି ଏହି କାର୍ଯ୍ୟପାଇଁ ରାଜ୍ୟର ନୋଡାଲ ଅଫିସର ଥିବା ଏ କେ ପାଠକ କହିଛନ୍ତି କି ସରକାରଙ୍କ ପକ୍ଷରୁ  ସାରାଦେଶରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକୁ ହାତକୁ ନିଆଯାଇଛି ।ଯେଉଁଥିରେ ପ୍ରାଥମିକ ସ୍ତରରେ ଓଡ଼ିଶାର ମହାନଦୀ ସମେତ ତେଲ,ବଂଶଧାରା ଓ ଇବ ଅବବାହିକା ରେ ମଧ୍ୟ କାର୍ଯ୍ୟକାରୀ କରାଯିବାର ଯୋଜନା ଥିବା କହିଛନ୍ତି।
Laxmikanta Das
Bhubaneswar
Visual already sent by mojo
Avb
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.