ETV Bharat / city

Dhinkia Issue: ହାଇକୋର୍ଟରେ ଦାଖଲ ହେଲା Status Report - ଜଗତସିଂପୁର ଖବର

ଢିଙ୍କିଆ ବିବାଦ ମାମଲାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ହାଇକୋର୍ଟରେ ଦାଏର ହୋଇଥିବା ୩ ଟି ଯାକ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି। ଅଧିକ ପଢନ୍ତୁ

Dhinkia Clashes
Dhinkia Clashes
author img

By

Published : Jan 31, 2022, 8:13 PM IST

କଟକ: ଢିଙ୍କିଆ ବିବାଦ ମାମଲାର ହାଇକୋର୍ଟରେ ଆଜି ଶୁଣାଣି ହୋଇଛି। ହାଇକୋର୍ଟରେ ଦାଏର ହୋଇଥିବା ୩ ଟି ଯାକ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ଜଗତସିଂହପୁର ଜିଲ୍ଲାପାଳ ମଧ୍ୟ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି।

ଆଇନଜୀବୀ କ୍ଷୀରୋଦ ମହାନ୍ତି ଏବଂ ଅନ୍ୟମାନଙ୍କ ପକ୍ଷରୁ ଦାଏର ମାମଲାରେ କୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି। ତେବେ ସ୍ଥାନୀୟ ମହିଳା କୁନି ମଲ୍ଲିକଙ୍କ ମାମଲାରେ ସରକାର ପକ୍ଷରୁ ଜବାବ ଦାଖଲ କରାଯାଇଛି। ତେବେ ପ୍ରତି ଜବାବ ରଖିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ଜାନୁଆରୀ ୩୧ ତାରିଖ ସୁଦ୍ଧା ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଭୟରେ ଗ୍ରାମର ଲୋକମାନେ ଉପଯୁକ୍ତ ଚିକିତ୍ସା ପାଇପାରୁନଥିବା ନେଇ ଆବେଦନକାରୀ ସତ୍ୟପାଠ ରେ ଦର୍ଶାଇଥିଲେ।

ସୂଚନାଯୋଗ୍ୟ ଢିଙ୍କିଆ ମାମଲାରେ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। କ୍ଷତିଗ୍ରସ୍ତ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଆହତଙ୍କ ମାଗଣାରେ ଚିକିତ୍ସା କରିବା ପାଇଁ ଆବେଦନକାରୀ କୋର୍ଟରେ ପ୍ରାର୍ଥନା କରିଥିଲେ। ଜମି ଅଧିଗ୍ରହଣ ନିୟମ ସଠିକ ପାଳନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା।

ଏହା ସହ ନିରପେକ୍ଷ ତଦନ୍ତ, ପୋଲିସ ମୁତୟନ ପ୍ରତ୍ୟାହାର, ଏବଂ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ପାନ ବରଜ ଭଙ୍ଗା ନଯାଉ, ଲୋକଙ୍କୁ ବିସ୍ଥାପିତ କରା ନଯାଉ ବୋଲି କୋର୍ଟରେ ପ୍ରାର୍ଥନା କରାଯାଇଥିଲା। ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ପକ୍ଷରୁ ମାମଲା ଆବେଦନ କରାଯାଇଛି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ବ ସଚିବ, JSW, ପୋଲିସ ଡିଜି, ଜଗତସିଂହପୁର ଏସପି, ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.