କଟକ: ଅନଲାଇନ ମଦ ବ୍ୟବସାୟକୁ ମିଳିଲା ଗ୍ରୀନ ସିଗନାଲ । କଟକ ମଦ ବ୍ୟବସାୟୀ ସଂଘ ହେଲା ରାଜି । ସୋମବାର ଠାରୁ କଟକରେ ଅନଲାଇନରେ ବିକ୍ରି ହେବ ମଦ । ଜିଲ୍ଲାପାଳଙ୍କ ସହ ମଦ ବ୍ୟବସାୟୀ ସଂଘର ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି ।
ସକାଳ ୭ ଟାରୁ ଦିନ 1ଟା ପର୍ଯ୍ୟନ୍ତ ଅନଲାଇନ ଅର୍ଡର କରିପାରିବେ ଗ୍ରାହକ । ସଂଧ୍ୟା ୬ ଭିତରେ ହେବ ଡେଲିଭରୀ । ମଦ ଦୋକାନୀ ନିଜ କର୍ମଚାରୀ ଦ୍ୱାରା ମଦ ଗ୍ରାହକଙ୍କ ନିକଟରେ ପହଞ୍ଚାଇବେ ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ