ETV Bharat / city

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଏସସିବିରେ ଆଖି ବୁଜିଲେ ଜଣେ

ବୁଧବାର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ଭୟାବହ ବିସ୍ପୋରଣରେ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା 2 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଆଜି(ଗୁରୁବାର) ଜଣଙ୍କର ମୃତ୍ୟୁ ଘଟିଛି ।

ପ୍ରେଟୋଲ ପମ୍ପ ବିସ୍ଫୋରଣ ଘଟଣା
ପ୍ରେଟୋଲ ପମ୍ପ ବିସ୍ଫୋରଣ ଘଟଣା
author img

By

Published : Oct 8, 2020, 9:46 AM IST

Updated : Oct 8, 2020, 1:26 PM IST

କଟକ: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ଜଣେ ମୃତ । ବୁଧବାର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ଭୟାବହ ବିସ୍ପୋରଣରେ ଆହତ ହୋଇ ଏସସିବିରେ ଭର୍ତ୍ତି ହୋଇଥିବା 2 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଆଜି(ଗୁରୁବାର) ଜଣଙ୍କର ମୃତ୍ୟୁ ଘଟିଛି ।

ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା: ଏସସିବିରେ ଆଖି ବୁଜିଲେ ଜଣେ

ମୃତକ ଜଣକ ଗଞ୍ଜାମର ସତ୍ୟ ନାୟକ । ତେବେ ବୁଧବାର ହୋଇଥିବା ଭୟାବହ ବିସ୍ଫୋରଣରେ ସେ ଗୁରୁତର ଆହତ ହୋଇଥିଲେ । ଯେଉଁଥିରେ ତାଙ୍କ ଶରୀରର ପ୍ରାୟ 60 ପ୍ରତିଶତ ଜଳିଯାଇଥିଲା । ଏହାପରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲେ ।

ବୁଧବାର ରାତି 9ଟାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ମାତ୍ର ଆଜି ତାଙ୍କର ମୃତ୍ୟୁ ଘଟିଛି ।

ସେହିପରି ଏସିବିରେ ଭର୍ତ୍ତି ଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋଇଛି । ଆଗାମୀ 72 ଘଣ୍ଟା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବ କି ନାହିଁ ତାହା ଜଣାପଡିବ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 8, 2020, 1:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.